AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ପୋଲିସ ହେପାଜତରେ ସୌମ୍ୟଜିତ ! ଶ୍ୱେତାଙ୍କ ଆତ୍ମହତ୍ୟା ପରଠାରୁ ଥିଲେ ନିଖୋଜ

24/08/2022 at 10:23 AM

ଭୁବନେଶ୍ୱର ୨୪।୦୮: ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା ଘଟଣା । ପୋଲିସ ହେପାଜତରେ ଶ୍ୱେତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ  । ଚନ୍ଦ୍ରଶେଖପୁର ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା ।

ଖବର ଅନୁଯାୟୀ, ଗତ ରବିବାର ଦିନ ସଫ୍ଟୱେର ଇଞ୍ଜିନିୟର ଶ୍ୱେତା କୁମାରୀ ଆତ୍ମହତ୍ୟା କରିଥିଲେ । ଏହାପରଠାରୁ ତାଙ୍କ ପୁରୁଷବନ୍ଧୁ ନିଖୋଜ ଥିଲେ । କିନ୍ତୁ ଏସବୁ ଭିତରେ ଶ୍ୱେତା-ସୌମ୍ୟଜିତଙ୍କ ଏକ ଅଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିଲା । ସେପଟେ ଶ୍ୱେତାଙ୍କ ପରିବାର ଲୋକଙ୍କ ଅଭିଯୋଗ କରିଥିଲେ କି, ଆମ ଝିଅର ମୃତ୍ୟୁ ପଛରେ ହିଁ ସୌମ୍ୟଜିତଙ୍କ ହାତ ରହିଛି । ସେ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଛନ୍ତି । ତେଣୁ ତାଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଥିଲେ । ଆଉ ଏବେ ପୁରୁଷ ବନ୍ଧୁ ପୋଲିସ ନିଜ ହେପାଜତରେ ରଖିଥିବା ସୂଚନା ମିଳିଛି । ଉପଯୁକ୍ତ ସମୟରେ ଚନ୍ଦ୍ରଶେଖପୁର ଥାନା ପୋଲିସ ଗଣମାଧ୍ୟମ ସମ୍ମୁଖରେ ସମସ୍ତ ତଥ୍ୟ ରଖିବ ବୋଲି ସୂଚନା ମିଳିଛି ।

   Related Posts