AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା: ଜମିବାଡି ବିବାଦକୁ ନେଇ ଜଟଣୀ କନ୍ତିଆରେ ଫୁଟିଲା ବୋମା, ବ୍ୟବସାୟୀ ଗୁରୁତର
  • ||
  • କ୍ରାଇମବ୍ରାଞ୍ଚ ଖୋଲୁଛି ଗୋପାଳ ଗୁମର, ୪ ଦିନିଆ ରିମାଣ୍ଡରେ ଚାଲିଛି ମାରାଥନ ଜେରା
  • ||
  • ପାରାଦ୍ୱୀପ: ବାଇକ୍‌ ଓ କାର୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ୬ ଆହତ
  • ||
  • କରଞ୍ଜିଆ: ଥରୁଛି ଶିମିଳିପାଳ, ଉପର ବାର୍‌ହା କାମୁଡ଼ାରେ ତାପମାତ୍ରା ସର୍ବନିମ୍ନ ୪ଡିଗ୍ରୀ
  • ||

ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡଙ୍କୁ ରାତିଅଧିଆ ଜେରା

15/09/2022 at 9:35 AM

ଭୁବନେଶ୍ୱର,୧୫/୦୯: ଦୀର୍ଘ ଦିନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍‌ ଶ୍ୱେତାଙ୍କ ବାପା ଓ ଭାଇଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି ।

ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଘଟଣାର ଦୀର୍ଘ ୨୦ ଦିନ ପରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଙ୍କୁ ଧରିଛି । ପୂର୍ବରୁ ପୁଲିସ୍‌ ଥାନାରେ ହାଜର ହେବାକୁ ତାଙ୍କୁ ଏକାଧିକ ଥର ନୋଟିସ୍‌ କରିଥିଲା । ସୌମ୍ୟ ଏହି ନୋଟିସ୍‌ର ଉତ୍ତର ରଖିନଥିଲେ କି ଥାନାରେ ହାଜର ହୋଇନଥିଲେ । ତାଙ୍କ ମୋବାଇଲ୍‌ ଫୋନ୍‌ ଦୀର୍ଘ ଏକ ସପ୍ତାହ ଧରି ସୁଇଚ୍‌ ଅଫ୍‌ ଥିଲା । ପୁଲିସ୍‌ ଶେଷରେ ତାଙ୍କ ସମ୍ପର୍କୀୟଙ୍କ ମୋବାଇଲ୍‌କୁ ଟ୍ରାକ୍‌ କରି ସୌମ୍ୟ ସମ୍ବଲପୁରରେ ଥିବା ଜାଣିବାକୁ ପାଇଥିଲା । ଏହାପରେ ପୁଲିସ୍‌ର ଏକ ଟିମ୍‌ ତାଙ୍କୁ ସମ୍ବଲପୁରରୁ ଧରି ରାତି ପ୍ରାୟ ୧୦ଟା ବେଳେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲା ।

ସେପଟେ ପୁଲିସ୍‌ର ଡକରା ପାଇ ଶ୍ୱେତାଙ୍କ ବାପା ଓ ଭାଇ ଥାନାକୁ ଯାଇଥିଲେ । ସେଠାରେ ପୁଲିସ୍‌ ଉଭୟଙ୍କୁ ଡାଏରୀର ରହସ୍ୟ ସମ୍ପର୍କରେ ପଚାରି ବୁଝିଥିଲା । ଶ୍ୱେତା ଓ ସୌମ୍ୟଙ୍କ ପ୍ରେମ ସମ୍ପର୍କ ବାବଦରେ ପଚରାଉଚରା କରିଥିଲା । ଏହାପରେ ସେମାନେ ଥାନାରୁ ଯାଇଥିଲେ । କିନ୍ତୁ ପୁଲିସ୍‌ ସୌମ୍ୟଙ୍କୁ ଅଟକ ରଖିଛି । ତାଙ୍କଠାରୁ ଶ୍ୱେତାଙ୍କ ସହ ଝଗଡ଼ା, ଡାଏରୀର ରହସ୍ୟ, ଆତ୍ମହତ୍ୟା ପୂର୍ବରୁ ଫୋନ୍‌ରେ ହୋଇଥିବା ଝଗଡ଼ା ସମ୍ପର୍କରେ ଜେରା ଚଳାଇଛି ।

   Related Posts