vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଂଜିନିୟରିଂ ଛାତ୍ରୀ ସ୍ୱିଟି ନିଖୋଜ ଘଟଣାରେ ନୂଆ ମୋଡ: ସିସିଟିଭିରୁ ମିଳିଲା ସୁରାକ୍, ନିଖୋଜ ପଛରେ ରହିଛି ପ୍ରେମ…

24/06/2022 at 12:36 PM

ଭୁବନେଶ୍ୱର,୨୪/୦୬: ଭୁବନେଶ୍ୱର ରେଳ ଷ୍ଟେସନରୁ ଜଣେ ଇଜିନିୟରିଂ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି । ସେ ହେଲେ ପଶ୍ଚିମବଙ୍ଗର ସ୍ୱିଟି ରାୟ (୨୦ ବର୍ଷ) । ସ୍ୱିଟି ନିଖୋଜ ନେଇ ଜିଆରପି ଥାନାରେ ଏତଲା ଦେଇଛନ୍ତି ୟୁନିଟ୍‌-୧ରେ ରହୁଥିବା ସୁରେଶ ପଣ୍ଡା । ଏନେଇ ଜିଆରପି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ନିଖୋଜ ପଛରେ ପ୍ରେମ ଘଟଣା ରହିଛି ।

ସ୍ୱିଟିଙ୍କ ଘର ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜୟପୁରର ଜେସର ରୋଡ୍‌ରେ । ସେ ଖଣ୍ଡଗିରି ଅଞ୍ଚଳରେ ଥିବା ଉତ୍କଳ ଏରୋସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ । ନୂଆପଲ୍ଲୀ ଥାନା ଅଞ୍ଚଳରେ ଘରଭଡ଼ା ନେଇ ରହୁଥିଲେ । କିଛି ଦିନ ତଳେ ସେ ଘରକୁ ଯାଇଥିଲେ । ବୁଧବାର ହାୱଡ଼ାରୁ ଜନଶତାଦ୍ଦୀ ଟ୍ରେନରେ ଭୁବନେଶ୍ୱର ଆସିଥିଲେ । ରାତି ୮ଟା ୨୫ରେ ଷ୍ଟେସନର ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇଥିଲେ ।

ଟ୍ରେନ୍‌ରୁ ଓହ୍ଲାଇବା ପରେ ସ୍ୱିଟି ତାଙ୍କ ମା’ଙ୍କୁ ଫୋନରେ ଜଣାଇଥିଲେ । ରୁମ୍‌ରେ ପହଞ୍ଚି ଫୋନ୍‌ କରିବେ ବୋଲି କହିଥିଲେ । ହେଲେ ସେ ରୁମ୍‌କୁ ସେ ଫେରି ନଥିଲେ । ରାତି ୧୦ ଟା ବେଳେ ତାଙ୍କ ମା’ ଫୋନ୍‌ କରିଥିଲେ । କିନ୍ତୁ ସ୍ୱିଟିଙ୍କ ଫୋନ୍‌ ବନ୍ଦ ଥିଲା । ସ୍ୱିଟିଙ୍କ ବାପା ବିଜୟ ରାୟ ବିଏସ୍‌ଏଫ୍‌ର ସବ୍‌ ଇନ୍ସପେକ୍ଟର ।

ଝିଅର ଫୋନ୍‌ ବନ୍ଦ ହେବା ଓ ସେ ରୁମ୍‌ ନ ଫେରିବା ଖବର ବିଜୟ ଜାଣିବା ପରେ ୟୁନିଟ୍‌-୧ରେ ରହୁଥିବା ତାଙ୍କ ବନ୍ଧୁ ସୁରେଶ କୁମାର ପଣ୍ଡାଙ୍କୁ ଜଣାଇଥିଲେ । ଗୁରୁବାର ସକାଳେ ସୁରେଶ ଜିଆରପି ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ପୁଲିସ୍‌ ଆରମ୍ଭ କରିଥିଲା ତଦନ୍ତ । ସିସିଟିଭି ଯାଞ୍ଚ କରିଥିଲା ।

ଏହି ସମୟରେ ଜଣାପଡିଥିଲା, ସ୍ୱିଟି ୬ ନମ୍ବର ପ୍ଲାଟ୍‌ଫର୍ମରେ ଓହ୍ଲାଇବା ପରେ ଜଣେ ଯୁବକଙ୍କ ସହ କଥା ହୋଇ ଚାଲି ଚାଲି ୧ ନମ୍ବର ପ୍ଲାଟ୍‌ଫର୍ମ ପଟେ ବାହାରକୁ ଆସିଛନ୍ତି । ବାହାରେ ସେ ଯୁବକଙ୍କ ସହ ଠିଆ ହୋଇ କିଛି ସମୟ କଥା ହେଲା ପରେ ଫୋନ୍‌ ବନ୍ଦ କରି ପକେଟ୍‌ରେ ରଖୁଛନ୍ତି । ଏସବୁ ଦେଖି ପୁଲିସ୍‌ ଅନୁମାନ କରୁଛି କରୁଛି ଯୁବକ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁ । ସେ ତାଙ୍କ ସହ କେଉଁ ଆଡ଼େ ଯାଇଛନ୍ତି ।

ସ୍ୱିଟିଙ୍କ ସିଡିଆର ଯାଞ୍ଚ ପରେ କିଛି ତଥ୍ୟ ମିଳିଛି। ସେଥିରୁ ସ୍ୱିଟିଙ୍କୁ ଠାବ କରାଯିବ ବୋଲି ପୁଲିସ୍‌ କହିଛି । ସ୍ୱିଟିଙ୍କ ବାପା ତ୍ରିପୁରାରେ ବିଏସ୍‌ଏଫ୍‌ ମୁଖ୍ୟାଳୟରେ କାର୍ଯ୍ୟ କରୁଛନ୍ତି । ତାଙ୍କ ବାପା ଓ ମା’ ଭୁବନେଶ୍ୱର ଆସୁଥିବା ଜଣାଯାଇଛି । ଜିଆରପି ପୁଲିସ୍‌ ୨ ଟି ଟିମ୍‌ ଗଠନ କରି ସ୍ୱିଟିଙ୍କୁ ଖୋଜାଖୋଜି କରୁଛି ।

   Related Posts