ଆଠଗଡ଼ରେ ସଫେଇ କର୍ମଚାରୀମାନେ ଦେଖାଇଲେ ମାନବିକତା...

Published By : Prameya-News7 Bureau | February 10, 2020 IST

ଆଠଗଡ଼୧୦/୨: ଆଠଗଡ଼ରେ ସଫେଇ କର୍ମଚାରୀମାନେ ଦେଖାଇଲେ ମାନବିକତା। ଗତ ଚାରି ଦିନ ହେଲା କଟକ- ସମ୍ବଲପୁର ମୁଖ୍ୟ ରାସ୍ତା ମେଡିକାଲ ଛକ ନିକଟରେ ଏକ ଷଣ୍ଢର ମୃତ୍ୟୁଦେହ ପଚିସଢି ଯାଇଥିବା ବେଳେ ଆନ୍ଦୋଳନରତ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନେ ଯଥାଶୀଘ୍ର ତାହାର ସଂସ୍କାର କରିଥିଲେ। କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ସଫେଇ କର୍ମଚାରୀମାନଙ୍କର ଏଭଳି କାର୍ଯ୍ୟକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଛି।

{"id":223038,"sizeSlug":"large"}

ଗତ ଚାରି ଦିନ ଧରି ମେଡିକାଲ ଛକ ନିକଟରେ ମରି ପଡ଼ିଥିଲା ଏକ ବୁଲା ଷଣ୍ଢ। ଷଣ୍ଢର ଶବଟି ପଚିସଢି ଯାଇ ଦୁର୍ଗନ୍ଧରେ ନାକ ଫାଟି ପଡୁଥିବା ବେଳେ ଏଥିପ୍ରତି କାହାର ନଜର ହିଁ ନ ଥିଲା। ପୁରୁଣା କଟକ-ସମ୍ବଲପୁର ରାସ୍ତା ରେ ପ୍ରତିଦିନ ଶହଶହ ଗାଡି ମଟର ଓ ହଜାର ହଜାର ଲୋକ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ଦୃଷ୍ଟି ନ ଦେବା ସାଧାରଣରେ ଅସନ୍ତୋଷ ଦେଖା ଦେଇଥିଲା। ତେବେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ସଫେଇ କର୍ମଚାରୀମାନେ ଆନ୍ଦୋଳନ ଜାରି ରହିଥିବା ବେଳେ ମାନବିକତା ଦୃଷ୍ଟି କୋଣରୁ ଷଣ୍ଢର ଶବଟିକୁ ଉଠାଇ ଯଥାରୀତି ସଂସ୍କାର କରିଥିଲେ।

{"id":223039,"sizeSlug":"large"}

ଗତ ପନ୍ଦର ଦିନ ହେଲା ସାତ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିଛି ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ସଫେଇ କର୍ମଚାରୀ ସଂଘ। ଏମିତି ସମୟରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ମାନବିକତା ଦେଖାଇ କର୍ମଚାରୀ ମାନେ ଷଣ୍ଢର ଶବଟିକୁ ଯଥାରୀତି ସଂସ୍କାର କରିବା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଥିସହିତ ଆଠଗଡ଼ ପ୍ରଶାସନ ସଫେଇ କର୍ମଚାରୀ ମାନଙ୍କ ସହ ମୁକାବିଲା ମନୋଭାବ ନ ରଖି ଆଲୋଚନା ମାଧ୍ୟମରେ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ଦାବୀ ହେଉଛି। ଗତ ପନ୍ଦର ଦିନ ହେଲା ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ। ପ୍ରଶାସନ ଓ କର୍ମଚାରୀ ମାନଙ୍କ ବିବାଦ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ତଥାପି ସଫେଇ କର୍ମଚାରୀ ମାନଙ୍କ ଏଭଳି କାର୍ଯ୍ୟ ପାଇଁ ସାଧାରଣ ରେ ପ୍ରଶଂସା ର ସୁଅ ଛୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.