Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୈଥୁନକୁ କ୍ରୀଡ଼ାର ମାନ୍ୟତା ଦେଲା ସ୍ୱିଡେନ, ଆୟୋଜିତ ହେବ ବିଶ୍ୱର ପ୍ରଥମ ୟୁରୋପୀୟାନ ସେକ୍ସ ଚାମ୍ପିୟନ୍‌ସିପ୍‌

4/06/2023 at 5:28 PM

ନୂଆଦିଲ୍ଲୀ: ମୈଥୁନ ଜୀବ ଜଗତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ପୃଥିବୀ ପୃଷ୍ଠରେ ଜୀବ ଜଗତର ସଂରଚନା ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଈଶ୍ୱରଙ୍କ ସୃଷ୍ଟିରେ ମୈଥୁନ ଏକ ଏମିତି ପ୍ରକ୍ରିୟା ଯେଉଁଥିରେ ଜୀବଟି ତାର ବଂଶ ବୃଦ୍ଧି କରି ପୃଥିବୀର ଜୀବନ ଧାରଣ ବଜାଇ ରଖେ।

କେବଳ ସେତିକି ନୁହେଁ ମଣିଷର ଆମୋଦ ପ୍ରମୋଦ ଓ ଅନ୍ୟାନ୍ୟ ଆବଶ୍ୟକତା ଭଳି ମୈଥୁନ ମଧ୍ୟ ଏକ ଶାରିରୀକ ଗୋପନ ଆବଶ୍ୟକତା। ଯାହା ନିତ୍ୟାନ୍ତ ଅପରିହାର୍ଯ୍ୟ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମୈଥୁନ ବା ସେକ୍ସ ଭଳି ଏକ ଗୋପନ କ୍ରିୟାକୁ ସ୍ୱିଡେନ ଭଳି ଏକ ଦେଶ ଖେଳର ମାନ୍ୟତା ଦେଇଛି। ବିଶ୍ୱର ପ୍ରଥମ ଦେଶ ଭାବେ ସ୍ୱିଡେନ୍ ଏଭଳି ପଦକ୍ଷେପ ନେଇଛି। କେବଳ ସେତିକି ନୁହେଁ, ଖୁବ୍‌ଶୀଘ୍ର ସ୍ୱିଡେନରେ ଏ ନେଇ ଏକ ସେକ୍ସ କ୍ରୀଡ଼ା ପ୍ରତିଯୋଗୀତା ମଧ୍ୟ ଆୟୋଜନ ହେବାକୁ ଯାଉଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଖବର ସତ କି ନାଁ ସେ ନେଇ ସ୍ୱିଡେନ କ୍ରୀଡ଼ା ସଂଘ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

ପଢ଼ନ୍ତୁ –ଏସିଆ କପ ଆୟୋଜନ: ଶ୍ରୀଲଙ୍କାର ପ୍ରସ୍ତାବ ପରେ ଚିହିଁକି ଉଠିଲା ପାକିସ୍ତାନ, ଦିନିକିଆ ସିରିଜ ଖେଳିବାକୁ ମନା କଲା ପିସିବି

ସୂଚନା ଅନୁସାରେ ସ୍ୱିଡେନ୍‌ରେ ସେକ୍ସକୁ ଏକ କ୍ରୀଡ଼ା ଭାବେ ସରକାରୀ ମାନ୍ୟତା ଦିଆଯାଇଛି। ଜୁନ ୮ ତାରିଖରେ ପ୍ରଥମ ଇୟୁରୋପିୟନ ସେକ୍ସ ଚାମ୍ପିୟନସିପ୍ ମ୍ୟାଚ୍ ଗୋଥନବର୍ଗରେ ଆୟୋଜିତ ହେବ। ସ୍ୱିଡିସ ସେକ୍ସ ଫେଡେରେସନ ତତ୍ୱାବଧାନରେ ଖେଳାଯିବାକୁ ଥିବା ସେକ୍ସ ମ୍ୟାଚ୍ ୬ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାଗ ନେବାକୁ ଥିବା କ୍ରୀଡ଼ାବିତମାନେ ୧୬ଟି ପ୍ରକ୍ରିୟାରେ ଯୌନକ୍ରିୟା ସମ୍ପର୍କିତ କାର୍ଯ୍ୟରେ ଲିପ୍ତ ରହିବେ।

ବିଶ୍ୱର ପ୍ରଥମ ସେକ୍ସ ଚାମ୍ପିୟନସିପ୍‌

ଜୁନ ୮ ତାରିଖରେ ୟୁରୋପିୟନ ସେକ୍ସ ଚାମ୍ପିୟନସିପ୍‌ ଆୟୋଜିତ ହେବାକୁ ଯାଉଛି। ୬ ସପ୍ତାହ ପାଇଁ ଏହି କ୍ରୀଡ଼ା ଜାରି ରହିବ। ଏଥିରେ ପ୍ରତିଯୋଗୀମାନେ ପ୍ରତ୍ୟେକ ଦିନ ପ୍ରାୟ ୪୫ ମିନିଟ୍‌ରୁ ଏକ ଘଣ୍ଟା ପାଇଁ ଯୌନ କାର୍ଯ୍ୟରେ ଲିପ୍ତ ରହିବେ। ତେବେ କ୍ରୀଡ଼ା ସମୟ କେତେ ରହିବ ତାହା ମ୍ୟାଚ୍ ଉପରେ ନିର୍ଭର କରେ। ତେବେ କିଛି ରିପୋର୍ଟରେ ଏହା ବି କୁହାଯାଉଛି ଯେ ଏହି ପ୍ରତିଯୋଗିତା ଦୈନିକ ୬ ଘଣ୍ଟା ପାଇଁ ଚାଲିବ।  

ପ୍ରାରମ୍ଭିକ ପଞ୍ଜୀକରଣ ଅନୁସାରେ,ବିଭିନ୍ନ ଦେଶର ୨୦ ପ୍ରତିଯୋଗୀ ଏଥିରେ ଭାଗ ନେବେ। ୩ ଜଣିଆ ବିଚାରପତିଙ୍କ ନିଷ୍ପତ୍ତି ଓ ଦର୍ଶକଙ୍କ ରେଟିଂ ଅନୁସାରେ ବିଜେତା ଘୋଷଣା କରାଯିବ। ପ୍ରତିଯୋଗୀମାନଙ୍କୁ ନିର୍ଦ୍ଧାରିତ ୧୬ଟି ବିଷୟରେ ଜଜ୍ କରାଯିବ। ଉପରୋକ୍ତ ବିଷୟ ଆଧାରରେ ପ୍ରତିଯୋଗୀମାନଙ୍କୁ ୫ରୁ ୧୦ ଭିତରେ ନମ୍ବର ମିଳିବ।  

ପଢ଼ନ୍ତୁ- ଟେଷ୍ଟ ଫର୍ମାଟରୁ ଏହି ତାରିଖରୁ ଅବସର ନେବେ ଡେଭିଡ୍‌ ଓ୍ଵାର୍ଣ୍ଣର, ଟି-୨୦ ପାଇଁ ବି ଦେଲେ ସଙ୍କେତ

ବତ୍ସାୟନ ସଂସ୍କୃତରେ ଲେଖିଥିବା କାମସୂତ୍ରର ବିଷୟରେ ମଧ୍ୟ ପ୍ରତିଯୋଗୀମାନେ ଜାଣିଥିବା ଦରକାର। ଏଥିରେ ସେମାନଙ୍କୁ ଅତିରିକ୍ତ ନମ୍ବର ମିଳିବ। ଆୟୋଜକ ସଂସ୍ଥା ପ୍ରତିଯୋଗୀଙ୍କର ବିଭିନ୍ନ ଯୌନ ଆଭିମୁଖ୍ୟକୁ ଉତ୍ସାହିତ କରିବା ସହିତ ମୌଥୁନର ଗୁରୁତ୍ୱକୁ ଗୁରୁତ୍ୱ ଦେଇଛନ୍ତି। ଭବିଷ୍ୟତରେ ଇରୋପିୟନ ଦେଶଗୁଡ଼ିକ ଏହାକୁ ଗ୍ରହଣ କରିବେ ବୋଲି ଆୟୋଜକ ସଂସ୍ଥା ଆଶା ପୋଷଣ କରିଛନ୍ତି।

ସଂସ୍ଥା କହିଛି “ଯୌନ ଇଚ୍ଛାକୁ ଏକ କ୍ରୀଡ଼ା ରୂପରେ ଆୟୋଜନ କରିବା ଦ୍ୱାରା ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଏକ ମହତ୍ୱପୂର୍ଣ୍ଣ ବିକାଶ ହେବ।” ଏନେଇ ସ୍ୱିଡିସ୍ ଫେଡେରେସନ ଅଫ୍ ସେକ୍ସର ଚେୟାରମ୍ୟାନ୍‌ ଡ୍ରାଗନ ବ୍ରାଟିକ୍‌ କହିଛନ୍ତି ଯେ ମୈଥୁନକୁ ଏକ କ୍ରୀଡ଼ାର ମାନ୍ୟତା ଦେବା ଅପରିହାର୍ଯ୍ୟ ଥିଲା। ଏଥିସହିତ ସେ ଶାରିରୀକ ଓ ମାନସିକ ସୁସ୍ଥତା ପାଇଁ ମୈଥୁନ କେତେ ମହତପୂର୍ଣ୍ଣ, ଓ ମୈଥୁନ ପାଇଁ ପ୍ରଶିକ୍ଷଣର କେତେ ଗୁରୁତ୍ୱ ରହିଛି ତା ଉପରେ ଗୁରୁତ୍ୱାରୋପ କରିଛନ୍ତି ସ୍ୱିଡିସ ସେକ୍ସ ଫେଡେରସନ ଅଫ୍ ସେକ୍ସର ଅଧ୍ୟକ୍ଷ ଡ୍ରାଗନ ବ୍ରାଟିକ୍।



ଏନେଇ ସେ କହିଛନ୍ତି  “ଅନ୍ୟ ଖେଳ ଭଳି ମୈଥୁନରେ ସଫଳତା ପାଇଁ ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ଏଥିପାଇଁ ଏ କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ କରିବା ଉଚିତ। ଏହା ତର୍କପୂର୍ଣ୍ଣ ମଧ୍ୟ।”

   Related Posts