ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବ ଆଉ ଏକ ଟିମ୍ ! ସ୍ବିଡେନ୍ ଦଳର ମୁଖ୍ୟ କୋଚ୍ ହେବେ ଏହି ମହାନ୍‌ ଫିଲ୍ଡର

Published By : Prameya-News7 Bureau | September 10, 2020 IST

ଷ୍ଟକ୍‌ହୋମ୍ ୧୦/୦୯: ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଜଣ୍ଟି ରୋଡ୍‌ସ୍‌ ଏବେ ଆଇପିଏଲ ପାଇଁ ବ୍ୟସ୍ଥ ଅଛନ୍ତି । କିଙ୍ଗସ୍ ୧୧ ପଞ୍ଜାବର ଫିଲ୍ଡିଂ କୋଚ୍‌ ଜଣ୍ଟି ରୋଡ୍‌ସ ଆଇପିଏଲ୍‌ ସରିବା ପରେ ପରିବାର ସହ ସ୍ବିଡେନ୍ ଯାତ୍ରା କରିବେ । କାରଣ ସ୍ବିଡେନ୍ ଏବେ କ୍ରିକେଟ୍‌ ମଇଦାନରେ କମାଲ କରିବାକୁ ଅଣ୍ଟାଭିଡ଼ିଛି । ‘ସ୍ବିଡିସ୍‌ କ୍ରିକେଟ୍‌ ଫେଡେରେସନ୍‌’(ଏସ୍‌ସିଏଫ୍‌)  ଜଣ୍ଟି ରୋଡ୍‌ସ୍‌ଙ୍କୁ ନିଜ କ୍ରିକେଟ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ବ ଅର୍ପଣ କରିଛି ।

wp:core-embed/twitter {"url":"https://twitter.com/Swedish_Cricket/status/1303954113177235456","type":"rich","providerNameSlug":"twitter","className":""}
https://twitter.com/Swedish_Cricket/status/1303954113177235456
/wp:core-embed/twitter

ଏସ୍‌ସିଏଫ୍‌ ଜୁନିୟର କ୍ରିକେଟ ଟିମ୍ ପାଇଁ ପୁଞ୍ଜି ନିବେଶ କରିବାକୁ ଚାହୁଁଛି । କାରଣ ଏବେ ସ୍ବିଡେନରେ କ୍ରିକେଟ ଦ୍ବିତୀୟ ପସନ୍ଦ ଖେଳ ଭାବେ ଉଭା ହୋଇଛି । ଗତ ଦୁଇ ବର୍ଷ ମଧ୍ୟରେ ୩୦୦ ପ୍ରତିଶତ ଯୋଗଦନ ବୃଦ୍ଧି ପାଇଛି । ଜଣ୍ଟି ରୋଡ୍‌ସ୍‌ଙ୍କ ଯୋଗଦାନ କେବଳ ଯେ ଜାତୀୟ ଟିମ୍‌କୁ ସହାୟକ ହେବ ତାହା ନୁହେଁ ବରଂ ତଳ ସ୍ତରରୁ ଶିକ୍ଷା ମିଳିପାରିବ ବୋଲି ଏସ୍‌ସିଏଫ୍‌ ପକ୍ଷରୁ ସୂଚନା ମିଳିଛି ।

ସେପଟେ ୫୧ ବର୍ଷୀୟ ଜଣ୍ଟି ରୋଡ୍‌ସ୍‌ ନୂଆ ଦାୟିତ୍ବ ପାଇଁ ଖୁସି ହୋଇଛନ୍ତି । ଏକ ନୂଆ ଦଳ ଯିଏକି କ୍ରିକେଟ ଜଗତରେ ପାଦ ଥାପିବାକୁ ଯାଉଛି ସେଠାରେ ଏଭଳି ଗୁରୁଦାୟିତ୍ବ ଏକ ଆହ୍ବାନ ହୋଇଥିଲେ ହେଁ ନିଶ୍ଚିତ ଖୁସି ଦେବ ବୋଲି କହିଛନ୍ତି ଜଣ୍ଟି ରୋଡ୍‌ସ୍‌ । ନିଜର କୌଶଳ ଓ ଶକ୍ତି ଏକ ନୂଆ କାମ ପାଇଁ ଲଗାଉଥିବାରୁ ଖୁସି ଅଛି । ଏହାସହ ଏଥିପାଇଁ ମୁଁ ଆଉ ଅଧିକ ସମୟ ଅପେକ୍ଷା କରିପାରିବି ନାହିଁ ବୋଲି କହିଛନ୍ତି ଜଣ୍ଟି ରୋଡ୍‌ସ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.