ଲିଖିତ ଅଭିଯୋଗ କଲେ ଶ୍ୱାତୀ ମାଲିୱାଲ, ମୁଖ୍ୟମନ୍ତ୍ରୀଙ୍କ ଆବାସ ଦୁର୍ବ୍ୟବହାର ମାମଲାର ହେବ ପୋଲିସ ତଦନ୍ତ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ ୧୬।୫: ମୁଖ୍ୟମନ୍ତ୍ରୀଙ୍କ ଆବାସରେ କଥିତ ଦୁର୍ବ୍ୟବହାର ମାମଲା ନେଇ ଆମଆଦମୀ ପାର୍ଟି (ଆପ) ସାଂସଦ ଶ୍ୱାତୀ ମାଲିୱାଲ ଶେଷରେ ଲିଖିତ ଅଭିଯୋଗ କରିଛନ୍ତି। ଏଣୁ ଦିଲ୍ଲୀ ପୋଲିସର ଏକ ଟିମ ଗୁରୁବାର ଶ୍ୱାତୀଙ୍କ ଘରକୁ ଯାଇଥିବା ବେଳେ ପାଖାପାଖି ୪ ଘଣ୍ଟା ରହିଥିଲା। ଏହି ଅବସରରେ ପୋଲିସ ମାମଲାରେ ଶ୍ୱାତୀଙ୍କ ବୟାନ ରୁଜୁ କରିଥିବା ଜଣାପଡିଛି। 

ଦିଲ୍ଲୀ ପୋଲିସ ସୂତ୍ର ମୁତାବକ ସ୍ୱାତୀ ମାଲିୱାଲ ୧୩ ମେ ସୋମବାର ପୁରା ଘଟଣାକ୍ରମ ପୋଲିସକୁ କହିଥିଲେ। ସୂଚନା ମୁତାବକ ଶ୍ୱାତୀ ମାଲିୱାଲ ସ୍ପେଶାଲ ସେଲର ଆଡିଶନାଲ ସିପି ପ୍ରମୋଦ କୁଶୱାହ ଓ ଆଡିଶନାଲ ଡିସିପି ନର୍ଥ ଅଞ୍ଜିତାଙ୍କ ଆଗରେ ତାଙ୍କ ବୟାନ ରେକର୍ଡ କରାଇଛନ୍ତି। ଏଥିରେ କେଉଁ ପରିସ୍ଥିତିରେ ସେ ପିସିଆର କଲ କରିଥିଲେ ସେ ସମ୍ପର୍କରେ ମଧ୍ୟ ପୋଲିସକୁ କହିଛନ୍ତି। ଏବେ ପୋଲିସ  ଶ୍ୱାତୀଙ୍କ ବୟାନ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

ଘଟଣା ମେ ୧୩ ତାରିଖର ଥିଲା। ପୋଲିସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସରୁ ଦିଲ୍ଲୀ ପୋଲିସ ପିସିଆରକୁ କଲ ଆସିଥିଲା। ଯିଏ କଲ କରିଥିଲେ ସେ ନିଜକୁ ଶ୍ୱାତୀ ମାଲିୱାଲ ବୋଲି କହୁଥିଲେ। ସେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ତାଙ୍କ ସହ ମାରପିଟର ଅଭିଯୋଗ କରୁଥିଲେ। ଏହି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.