ବିଭବ ଓକିଲଙ୍କ ପ୍ରଶ୍ନବାଣରେ କୋର୍ଟରେ କାନ୍ଦି ପକାଇଲେ ସ୍ୱାତୀ ମାଲିଓ୍ୱାଲ

Published By : Prameya-News7 Bureau | May 27, 2024 IST

HT

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ଜାମିନ ଆବେଦନ ତିସ ହଜାରୀ କୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ କୋର୍ଟରେ କାନ୍ଦି ପକାଇଥିଲେ ଆମ୍ ଆଦମୀ ପାର୍ଟି ସାଂସଦ ସ୍ୱାତୀ ମାଲିୱାଲ। 

ମାମଲାର ଶୁଣାଣି ସମୟରେ ସ୍ୱାମୀ ମାଲିୱାଲ ମଧ୍ୟ କୋର୍ଟରେ ପହଞ୍ଚିଥିଲେ। ଅଦାଲତରେ ବିଭବଙ୍କ ଓକିଲ କହିଛନ୍ତି ଯେ ଏଫ୍ଆଇଆରକୁ ଦେଖନ୍ତୁ, ଏହି ଧାରାଗୁଡିକ ପ୍ରଯୁଜ୍ୟ କି? ଆଇପିସିର ଧାରା 308, ଏହା ମଧ୍ୟ କଣ ଏହିପରି ଲାଗୁ ହୋଇଥାଏ କି?

ଶୁଣାଣି ସମୟରେ ବିଭବଙ୍କ ଓକିଲ ସ୍ୱାତୀ ମାଲିୱାଲଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ସେ କହିଛନ୍ତି, "ମାଲିୱାଲ ମୁଖ୍ୟମନ୍ତ୍ରୀ ଡାକିବାରୁ ସେ ଯାଇଛନ୍ତି କି ନାହିଁ ତାହା କହି ନାହାଁନ୍ତି। ସେ ବିନା ଅନୁମତିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ କରିଛନ୍ତି, ଏହା ଆଇନର ଉଲ୍ଲଂଘନ। ଏହିପରି ବାସଭବନରେ କେହି ପ୍ରବେଶ କରିପାରିବେ କି? ଏହା ହେଉଛି CMଙ୍କ ଘର, କେହି ଏହିପରି ଆସିପାରିବେ କି? କିନ୍ତୁ ଏହା ସତ୍ତ୍ୱେ ସେ ସୁରକ୍ଷା କ୍ଷେତ୍ରକୁ ପ୍ରବେଶ କଲେ ଏବଂ ଅପେକ୍ଷା କରିବାକୁ କୁହାଯିବା ସତ୍ତ୍ୱେ ସେ ଭିତରକୁ ପ୍ରବେଶ କଲେ। ଓକିଲଙ୍କ ଘନ ଘନ ପ୍ରଶ୍ନ ପରେ କୋର୍ଟରେ କାନ୍ଦି ପକାଇଥିଲେ ସ୍ୱାତୀ ମାଲିଓ୍ୱାଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.