ଫେକ୍‌ MMS ବରବାଦ କରିଥିଲା ସ୍ଵସ୍ତିକାଙ୍କ କ୍ୟାରିୟର, ଅଭିନେତ୍ରୀଙ୍କ ଖୁଲାସା...

Published By : Prameya-News7 Bureau | November 27, 2022 IST

ମୁମ୍ଵାଇ ୨୭।୧୧: ସୁପରହିଟ୍ ୱେବ୍ ସିରିଜ୍ କ୍ରାଇମିନାଲ୍ ଜଷ୍ଟିସ୍‌ । ସେଥିରେନଜର ଆସିଥିବା ଅଭିନେତ୍ରୀ ସ୍ଵସ୍ତିକା ମୁଖାର୍ଜୀ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କାଲା'ର ପ୍ରମୋସନ କରୁଛନ୍ତି। ଏହି ସମୟରେ, ତାଙ୍କ କ୍ୟାରିୟରର ଆରମ୍ଭ ସମୟକୁ ମନେ ପକାଇ ଅନେକ ଗମ୍ଭୀର ଖୁଲାସା କରିଛନ୍ତି । କିପରି ତାଙ୍କର ଏକ ନକଲି MMS ଲିକ୍ ଯୋଗୁଁ ତାଙ୍କ କ୍ୟାରିୟର ବରବାଦ ହୋଇଯାଇଥିଲା।

MMS ସ୍କାଣ୍ଡଲ ମୋ କ୍ୟାରିଅରକୁ ନଷ୍ଟ କରିଦେଲା

ଏନେଇ ସ୍ଵସ୍ତିକା ମୁଖାର୍ଜୀ କହିଛନ୍ତି ଯେ ଏକ ଚଳଚ୍ଚିତ୍ରରେ ମଦ୍ୟପ ମାଆ ଭୂମିକାରେ ଅଭିନୟ କରି ତାଙ୍କ କ୍ଲିପଗୁଡିକ ଏମଏମଏସ ଭାବରେ ଭାଇରାଲ ହୋଇଥିଲା। ଯେଉଁଥିପାଇଁ ତାଙ୍କ କ୍ୟାରିଅର ଖରାପ ହୋଇଯାଇଥିଲା। ଏପରିକି ସମ୍ପର୍କୀୟମାନେ ଏହାକୁ ସତ୍ୟ ଭାବରେ ଗ୍ରହଣ କରିଥିଲେ । ହେଲେ ସୋସିଆଲ ମିଡିଆ ସେଦିନ ଆକ୍ରମଣାତ୍ମକ ନଥିଲା, କିନ୍ତୁ ତାଙ୍କୁ ପରିବାର ସଦସ୍ୟ ଏବଂ ପଡ଼ୋଶୀମାନେ ତାଙ୍କୁ ବହୁତ କଥା କହୁଥିଲେ। "ମୋର ମନେ ଅଛି, ମୁଁ 'ଟେକ୍ ୱାନ୍' ନାମକ ଏକ ଫିଲ୍ମ କରିଥିଲି ।

ଯାହା ଜଣେ ମହିଳାଙ୍କ ବିଷୟରେ ଥିଲା, ଯିଏ ସିଙ୍ଗଲ ମଦର ଥିଲେ ।  ଏହାର କିଛି ରୋମାଣ୍ଟିକ୍ ଦୃଶ୍ୟ ମଧ୍ୟ ରହିଥିଲା। ଏହି ଚଳଚ୍ଚିତ୍ରର ସୁଟିଂରୁ କିଛି ବେଡରୁମ୍‌ ସିନ୍‌ ଦୃଶ୍ୟ ଲିକ୍ ହୋଇଥିଲା ଏବଂ ପରେ ସେମାନେ ମୋର ଏମ୍ଏମ୍‌ଏସ୍ ସ୍କାଣ୍ଡାଲରେ ପରିଣତ ହୋଇଥିଲା। ଏହା ପରେ ମୁଁ କାମ ପାଇଲି ନାହିଁ। ଏହି କ୍ଲିପ୍ ହେତୁ କ୍ୟାରିଅର୍ ପୁରା ତଳକୁ ଖସିଗଲା। ଲୋକମାନେ ମୋ ଭୂମିକାରେ ହିଁ ଭାଇରାଲ୍ କରି ମୋ ଲାଇଫ୍‌ ବରବାଦ କରିଦେଲେ।

ସ୍ଵସ୍ତିକା ଆହୁରି କହିଛନ୍ତି ଯେ ସେହି ଭିଡିଓ ଦେଖି ଆଖପାଖର ଲୋକମାନେ ମୋ ବାପାମାଆଙ୍କୁ ଫୋନ କରୁଥିଲେ। ଯେଉଁଥିପାଇଁ ମାଆ ରାଗିକି ପାଗଳ ପରି ହେଇଯାଇଥିଲେ। କହିଥିଲେ କି ତୁ କେବଳ ପିଲାମାନଙ୍କ ପାଇଁ କାମ କର, ପିଲାମାନଙ୍କର ଚଳଚ୍ଚିତ୍ର କର, କାହିଁକି ମଦ୍ୟପାନ ଭୂମିକା କରୁଛୁ ତାହା କଣ ବାଧ୍ୟ କରିବାକୁ ।  କେବଳ ଏତିକି ନୁହେଁ, ବିବାହ ହେତୁ ସ୍ଵସ୍ତିକାଙ୍କୁ ଏସବୁ ଲୁଚାଇ ରଖିଥିଲେ। ସେ କହିନଥିଲେ କି ୨୧ ବର୍ଷ ବିବାହ କରିଥିଲେ। ନଚେତ୍ ସେ ହିରୋଇନଙ୍କ ଭୂମିକା ମିଳିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.