କୋଲକାତା ଏୟାରପୋର୍ଟର ରନଓ୍ଵେରେ ବିମାନ ଉପରେ ମହୁମାଛିଙ୍କ ଆକ୍ରମଣ, ଭୟରେ ଏଣେ ତେଣେ ଦୌଡିଲେ କର୍ମଚାରୀ, ଭିଡିଓ ପୋଷ୍ଟ କଲେ ଯାତ୍ରୀ

Published By : Prameya-News7 Bureau | December 01, 2020 IST

କୋଲକାତା ୦୧।୧୧: କୋଲକାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏମିତି ଘଟଣା ଘଟିଛି ଯାହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ ହେଉଛି। କୋଲକାତା ବିମାନ ବନ୍ଦରରେ ମହୁମାଛିଙ୍କ ଦଳ ବିମାନର ଝରକାକୁ ଘେରି ଯାଇଥିଲେ। ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି  ଏହାର ଭିଡିଓ କରିଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ କରିବାରେ ଲାଗିଛି।

{"id":370900,"sizeSlug":"large"}

ସୂଚନା ଅନୁଯାୟୀ, ନଭେମ୍ଵର ୩୦ରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏୟାର ଭିଷ୍ଟାରାର ଏକ ବିମାନ ପାର୍କିଂରେ ଛିଡା ହୋଇଥିଲା। ହେଲେ କିଛି ସମୟ ମଧ୍ୟରେ କେଉଁଆଡୁ ହଜାର ହଜାର ସଂଖ୍ୟାରେ ମହୁମାଛି ଆସି ବିମାନର ଦୁଇଟି ଝରକାକୁ ଘେରି ଯାଇଥିଲେ।

{"id":370902,"sizeSlug":"large"}

ତୁରନ୍ତ ବିମାନରୁ ସମସ୍ତ କର୍ମଚାରୀଙ୍କୁ ହଟା ଯାଇଥିଲା। ଏଥି ସହ ଆଖପାଖର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦୂରକୁ ପଠାଯାଇଥିଲା। ଏହା ପରେ ବିମାନ ବନ୍ଦରରେ ନିୟୋଜିତ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା। ବିମାନ ଉପରେ ପାଣିମାଡ କରାଯାଇ ମହୁମାଛିଙ୍କୁ ହଟାଯାଇଥିଲା। ପାଣି ମାଡ ପରେ ମହୁମାଛି ତଳକୁ ଖସି ପଡିଥିଲେ। ଏହି ସମୟରେ ଅନେକ କର୍ମଚାରୀ ଭୟରେ ଏଣେ ତେଣେ ଦୌଡୁଥିବା ଦେଖିବାକୁ ମିଳିଥିଲା। କାରଣ ଭୟ ଥିଲା ଯେ, କାଳେ ମହୁମାଛି ତାଙ୍କୁ ନକାମଡନ୍ତୁ।

{"id":370903,"sizeSlug":"large"}

ସୂଚନାଯୋଗ୍ୟ, ଏମିତି ଘଟଣା କୋଲକାତା ବିମାନ ବନ୍ଦରରେ ଗତ ବର୍ଷ ଘଟିଥିଲା। କୋଲକାତାରୁ ଅଗରତାଲା ଯିବାକୁ ଥିବା ଏୟାର ଇଣ୍ଡିଆର ବିମାନକୁ ମହୁମାଛିଙ୍କ ଦଳ ଘେରି ଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.