ବିବାହର ୩ ମାସ ପରେ ଗୁଡ୍ ନ୍ୟୁଜ୍ ଦେବେ ସ୍ଵରା, ବେବି ବମ୍ପ ସହ ସେୟାର କଲେ ଫଟୋ
7/06/2023 at 8:20 AM

ମୁମ୍ଵାଇ ୦୭।୦୬: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସ୍ୱରା ଭାସ୍କର। ୩ ମାସ ପୂର୍ବରୁ ସମାଜବାଦି ପାର୍ଟିର ନେତା ଫହାଦ ଅହମ୍ମଦଙ୍କୁ ବିବାହ କରିଥିଲେ। ବିବାହକୁ ନେଇ ସେ ଖୁବ୍ ଟ୍ରୋଲ ମଧ୍ୟ ହୋଇଥିଲେ। ଏବେ ବିବାହର ତିନିମାସ ପରେ, ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ଯାହାକୁ ନେଇ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଇଣ୍ଟରନେଟରେ ନିଜର ପ୍ରେଗନେନ୍ସିକୁ ନେଇ କନଫର୍ମ କରିଛନ୍ତି।
ସ୍ୱରା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସ୍ୱାମୀ ଫହାଦ୍ ଅହମ୍ମଦଙ୍କ ସହ ଅନେକ ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ, ଉଭୟଙ୍କୁ ଏକ ରୋମାଣ୍ଟିକ୍ ଢଙ୍ଗରେ ଗର୍ଭବତୀ ଥିବାର କନଫର୍ମ କରୁଥିବା ଦେଖିବାକୁ ମିଳିଛି। ସ୍ୱରା ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିଥିବା ବେଳେ କ୍ୟାପସନରେ ଲେଖିଛନ୍ତି, ‘ବେଳେବେଳେ ତୁମର ସମସ୍ତ ପ୍ରାର୍ଥନାର ଉତ୍ତର ଏକା ସାଙ୍ଗରେ ଉତ୍ତର ଦିଆଯାଏ! ଆମେ ଏକ ନୂତନ ଦୁନିଆରେ ପାଦ ଦେବାବେଳେ ଆଶୀର୍ବାଦ, କୃତଜ୍ଞ, ଉତ୍ସାହିତ ଅଛୁ ‘। ଏହା ସହ ତାଙ୍କ ବେବି ବମ୍ପ ଦେଖାଉଥିବାର ନଜର ଆସିଛନ୍ତି ।
ସ୍ୱରା ଏବଂ ଫହାଦ୍ ଅହମ୍ମଦଙ୍କ ପ୍ରଶଂସକମାନେ ଏହି ଖୁସି ହୋଇଯାଇଛନ୍ତି। ଏହି ଫଟୋ ଦେଖିବା ପରେ ଲୋକମାନେ କମେଣ୍ଟ ବକ୍ସରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଛନ୍ତି। ଏଥି ସହିତ, ତିନି ମାସ ବିବାହ ପରେ ସ୍ୱରାଙ୍କ ଗର୍ଭବତୀ ଘୋଷଣା ପରେ ଅନେକ ଲୋକ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ କମେଣ୍ଟ ଦେଇଛନ୍ତି, ‘ତେବେ ବିବାହ କରିବାର ଏହା ପ୍ରକୃତ କାରଣ ଥିଲା କି?’ ଅନ୍ୟ ଜଣେ ଲେଖିଛନ୍ତି, କିଛି ଭୁଲ ଥିବାରୁ ବିବାହ ହୋଇଥିଲା।
You Can Read :