Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଶ୍ୱରା ଭାସ୍କର ପୁଣି କରିବେ ବିବାହ, ହୋଲି ପରେ ଧାର୍ଯ୍ୟ ହୋଇଛି ମୁହୂର୍ତ୍ତ

5/03/2023 at 5:38 PM

ନୂଆଦିଲ୍ଲୀ ୫।୩: କୋର୍ଟ ମ୍ୟାରେଜ କରିବା ପରେ ସ୍ୱରା ଭାସ୍କର ଓ ଫହଦ ଅହମ୍ମଦ ଆଗାମୀ ସପ୍ତାହରେ ଭବ୍ୟ ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୧ରୁ ୧୬ ତାରିଖ ମଧ୍ୟରେ ଦମ୍ପତ୍ତିଙ୍କ ପ୍ରି ୱେଡିଂ ଫଙ୍କସନରେ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯିବ ଓ ଏହି ଯୋଡି ପୁଣି ଥରେ ପାରମ୍ପରିକ ବିବାହ ବନ୍ଧନରେ ଆବଦ୍ଧ ହେବେ। ରେଜିଷ୍ଟ୍ରେସନ ମ୍ୟାରେଜ ପରେ ସ୍ୱରା ଛତିଶଗଡରେ ତାଙ୍କର ଅପକମିଂ ଫିଲ୍ମ ‘ମିସେସ୍ ଫଲାନୀ’ର ସୁଟିଂ କରୁଥିଲେ। ସୁଟିଂ ସମାପ୍ତ ହେବାମାତ୍ରେ ବିବାହର ଶେଷ ମୁହୂର୍ତ୍ତ ପ୍ରସ୍ତୁତିରେ ସାମିଲ ହେବା ପାଇଁ ଦିଲ୍ଲୀ ପହଞ୍ଚି ଯାଇଛନ୍ତି।

ରିପୋର୍ଟ ଅନୁସାରେ ସ୍ୱରା ଡେଷ୍ଟିନେସନ ୱେଡିଂ ବଦଳେ ଦିଲ୍ଲୀରେ ତାଙ୍କ ଅଜା ଓ ଆଈଙ୍କ ଘରେ ଭାବନାତ୍ମକ ବିବାହର ଅପସନ ଚୟନ କରିଛନ୍ତି। ଏଥିଲାଗି ଏବେ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ବିବାହର ସମସ୍ତା ପ୍ରଥା ରିତିରିବାଜ ଅନୁସାରେ ଅନୁଷ୍ଠିତ ହେବ। ହୋଲି ଓ ବିବାହ ପ୍ରସ୍ତୁତି ଏକ ସଙ୍ଗରେ ପଡୁଥିବାରୁ ଅଭିନେତ୍ରୀ ବେଶ୍ ଧୁମଧାମରେ ବିବାହ କରିବେ ବୋଲି ଏବେ କୁହାଯାଉଛି। ରିପୋର୍ଟ ଅନୁସାରେ ସ୍ୱରା ଭାସ୍କରଙ୍କ ପକ୍ଷରୁ ତାଙ୍କ ସାଙ୍ଗ ସାଥୀଙ୍କୁ ଏବେ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଇଲେଣି।

 ନିମନ୍ତ୍ରଣ ପତ୍ରରେ ଆମ ସହିତ ଯୋଗ ଦେଇ ଆମେ ପାଳନ କରୁଥିବା ଉତ୍ସବରେ ସାମିଲ ହୁଅନ୍ତୁ ବୋଲି କୁହାଯାଇଛି। ଦମ୍ପତ୍ତି ସେମାନଙ୍କର ହଲଦି, ମେହେନ୍ଦି ଓ ସଙ୍ଗୀତ ଆଦି କାର୍ଯ୍ୟକ୍ରମ ଲାଗି ଏବେ ବେସ୍ ଉତ୍ସାହିତ ଅଛନ୍ତି। ସେମାନେ ଏବେ ନିଜର ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ସହ ଉତ୍ସବ ପାଳନ କରିବା ଲାଗି ପ୍ରସ୍ତୁତି କରୁଛନ୍ତି। ଏହା ପୂର୍ବରୁ ଅଭିନେତ୍ରୀ ତାଙ୍କ ବେଡ ରୁମର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଓ ଲେଖିଥିଲେ ‘ଫିଲ୍ମି ସୁହାଗରାତ’।

   Related Posts