ସାତଫେରା ନନେଇ ପରସ୍ପରର ହାତ ଧରିଲେ ସ୍ଵରା-ଫହାଦ, ଦେଖନ୍ତୁ ବିବାହର ଫଟୋ…
15/03/2023 at 9:57 AM

ମୁମ୍ଵାଇ ୧୫।୦୫: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର। ତାଙ୍କର ଦୀର୍ଘ ଦିନର ପ୍ରେମିକା ଫହାଦ ଅହମ୍ମଦଙ୍କୁ ବିବାହ କରିଛନ୍ତି। ପ୍ରେମିକ ଫହାଦ ଅହମ୍ମଦଙ୍କୁ ଲୁଚାଛପା ଭାବେ କୋର୍ଟ ମ୍ୟାରେଜ କରି ଚର୍ଚ୍ଚାରେ ରହିଥିଲେ ସ୍ୱରା । ସ୍ୱରାଙ୍କ ବିବାହରେ କେବଳ ପରିବାର ଲୋକଙ୍କ ସହ ଘନିଷ୍ଠ ବନ୍ଧୁ ଏବଂ ଘର ଲୋକେ ସାମିଲ ଥିଲେ । ବର୍ତ୍ତମାନ ତାଙ୍କର ବିବାହ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ସ୍ୱରା ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ମେରୁନ ଏବଂ ଗୋଲଡେନ ରଙ୍ଗର ଶାଢି ପିନ୍ଧିଥିବାର ନଜର ଆସିଛନ୍ତି । ଏହାସହିତ ମେରୁନ ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି । ହାତରେ ମେହେନ୍ଦୀ, ନାଲି ଚୁଡି, ନାକ ନୋଥ, ଗଜରା ଲଗାଇଥିବା ସ୍ଵରା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ସ୍ୱରା ଏବଂ ଫହାଦ ପୂର୍ବରୁ ଫେବୃଆରୀରେ କୋର୍ଟ ମ୍ୟାରେଜ କରିଥିଲେ । ଏହାପରେ ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ଫଟୋ ଭାଇରଲ ହେବାରେ ଲାଗିଥିଲା। ସ୍ୱରାଙ୍କ ବିବାହରେ କୌଣସି ପାରମ୍ପରିକ ରୀତିନୀତି ଅନୁଯାୟୀ କାମ ହୋଇନଥିଲା।

ଦୁହେଁ କୋର୍ଟ ମ୍ୟାରେଜ କରିଥିବାରୁ ପ୍ରିଓ୍ଵେଡିଂ ସେଲିବ୍ରେସନ ହଳଦୀ, ମେହେନ୍ଦୀ, ସଂଗୀତ ଉତ୍ସବକୁ ଧୁମ୍ଧାମରେ କରିଥିଲେ । ୧୫ ମାର୍ଚ୍ଚ ରେ ଏକ କୱାଲି ସମାରୋହ ଅନୁଷ୍ଠିତ ହେବ।

ଯେଉଁଥିରେ ତାଙ୍କର ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ଯୋଗଦେବେ ଏବଂ ୧୬ ମାର୍ଚ୍ଚରେ ଦିଲ୍ଲୀରେ ଏକ ରିସେପ୍ସନ୍ ହେବ । ସୂଚନାଯୋଗ୍ୟ, ଦୁହେଁ ୨୦୧୯-୨୦୨୦ ବେଳେ ଆନ୍ଦୋଳନ ସମୟରେ ପରସ୍ପର ସହିତ ଦେଖା ହୋଇଥିଲେ । ଏହା’ ପରେ ସାଙ୍ଗ ଆଉ ପ୍ରେମ ସଂପର୍କ ଗଢି ଉଠିବା ପରେ ଏବେ ଦୁହେଁ ସମ୍ପର୍କକୁ ପାଦେ ଆଗକୁ ନେବା ପାଇଁ ନିଷ୍ପତ୍ତି ନେଇଥିଲେ।