ଭାରତକୁ ତୃତୀୟ ପଦକ, କାଂସ୍ୟ ପଦକ ଜିତି ଇତିହାସ ରଚିଲେ ସ୍ଵପ୍ନିଲ

Published By : Prameya-News7 Bureau | August 01, 2024 IST

abp live

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ମିଳିଲା ତୃତୀୟ ପଦକ। ଭାରତୀୟ ସୁଟର ସ୍ଵପ୍ନିଲ କୁସାଲେ କାଂସ୍ୟ ପଦକ ଜିତିିଛନ୍ତି। ଏହା ପୂର୍ବରୁ ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ  କାଂସ୍ୟ ପଦକ ଜିତିଥିଲେ। ସ୍ଵପ୍ନିଲ ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନର ଫାଇନାଲ୍‌ରେ ୪୫୧.୪ ପଏଣ୍ଟ ସହିତ ତୃତୀୟ ସ୍ଥାନ ହାସଲ କରି କାଂସ୍ୟ ପଦକ  ଜିତି ଇତିହାସ ରଚିଛନ୍ତି। କାରଣ ଏହି ବର୍ଗରେ ଭାରତ କେବେ ବି ଅଲିମ୍ପିକ୍ସରେ ପଦକ  ଜିତିନ ଥିଲା। 

ପ୍ରଥମ ଥର ଭାରତୀୟ ସୁଟର ଅଲିମ୍ପିକ୍ସର ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ପଦକ ଜିତିଛନ୍ତି। ଏଥିସହ ଭାରତ ଏ ପର୍ଯ୍ୟନ୍ତ ତିନୋଟି ପଦକ କେବଳ ସୁଟିଂ ଇଭେଣ୍ଟରୁ ଆସିଛି। ୫୦ ମିଟର ରାଇଫଲ ଥ୍ରୀ ବର୍ଗରେ ଚୀନର ଲିୟୁ ୟୁକୁନ ସ୍ଵର୍ଣ୍ଣ ପଦକ ଜିତିଥିବା ବେଳେ ୟୁକ୍ରେନର କୁଲିଶ ସେରହି ରୌପ୍ୟ ପଦକ ଜିତିଛନ୍ତି।

Also read: ବର୍ଷା ପରେ ପ୍ୟାରିସରେ ପ୍ରବଳ ଗରମ: ବେହାଲ ହେଲେ ଖେଳାଳି, ଦର୍ଶକ ଓ ଆୟୋଜକ !

ସ୍ଵପ୍ନିଲ କୁସାଲେଙ୍କ ପାଇଁ ପଦକ ଜିତିବା ସେତେଟା ସହଜ ନ ଥିଲା। ନିଲିଙ୍ଗ ଓ ପ୍ରୋନ ସିରିଜ୍ ପରେ ସ୍ଵପ୍ନିଲ କୁସାଲେ ୩୧୦.୧ ପଏଣ୍ଟ ସହ ପଞ୍ଚମ ନମ୍ବରରେ ଥିଲେ। ମାତ୍ର ଷ୍ଟାଣ୍ଡିଂ ସିରିଜ୍‌ ପରେ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲେ। ଉଲ୍ଲେଖନୀୟ ସୁଟରମାନେ ନିଲିଂରେ ଆଣ୍ଠୁରେ ବସି ସୁଟିଂ କରନ୍ତି ଏବଂ ପ୍ରୋନରେ ଭୂମିରେ ଶୋଇ ସୁଟିଂ କରିଥାନ୍ତି। ଏହା ପରେ ଷ୍ଟାଣ୍ଡିଂରେ ସୁଟର ଛିଡ଼ା ହୋଇ ସୁଟିଂ କରନ୍ତି। 

ସ୍ଵପ୍ନିଲ କୁସାଲେ ମହାରାଷ୍ଟ୍ରର କୋଲହାପୁରର ବାସିନ୍ଦା। ସେ କ୍ଵାଲିଫିକେସନ ରାଉଣ୍ଡରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହି ସୁଟର କ୍ଵାଲିଫିକେସନ ରାଉଣ୍ଡରେ ୫୯୦ ପଏଣ୍ଟ ହାସଲ କରିଥିଲେ। ମନୁ ଭାକର ୧୦ ମିଟର ଏୟାର ପିସ୍ତଲରେ କାଂସ୍ୟ ଜିତିଥିବା ବେଳେ ସେ ସରବଜୋଙ୍କ ସହ ମିଶି ମିଶ୍ରିତ ବର୍ଗରେ ଭାରତକୁ ଦ୍ଵିତୀୟ ପଦକ ଦେଇଥିଲେ। ଆଜି ସ୍ଵପ୍ନିଲ ଦେଶ ପାଇଁ ତୃତୀୟ ପଦକ ଜିତାଇଛନ୍ତି। 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.