'ସୀତାଙ୍କ ନେପାଳ ଓ ରାବଣର ଲଙ୍କାଠୁ ରାମଙ୍କ ଭାରତରେ ପେଟ୍ରୋଲ ଦାମ୍ ଅଧିକ', ଏମିତି କହି ସରକାରଙ୍କୁ କଟାକ୍ଷ କଲେ ସୁବ୍ରମଣ୍ୟମ ସ୍ୱାମୀ

Published By : Prameya-News7 Bureau | February 02, 2021 IST

ନୂଆଦିଲ୍ଲୀ, ୦୨/୦୨: ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପେଟ୍ରୋଲ ଓ ଡିଜେଲର ଦାମକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ନିଜ ସରକାରକୁ ଅକଳରେ ପକାଇଛନ୍ତି ସ୍ୱାମୀ ।

ସ୍ୱାମୀ କହିଛନ୍ତି ଯେ, ରାମଙ୍କ ଭାରତରେ ସୀତାଙ୍କ ନେପାଳ ଓ ରାବଣର ଲଙ୍କା ତୁଳନାରେ ତୈଳ ଦର ଅଧିକ । ଅଧିକ ଟଙ୍କାରେ ଏଠାରେ ପେଟ୍ରୋଲ ମିଳୁଛି । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଭାଷଣରେ ପେଟ୍ରୋଲ ଉପରେ ଲିଟର୍ ପିଛା ଅଢେଇ ଟଙ୍କା ଓ ଡିଜେଲ୍ ଉପରେ ୪ ଟଙ୍କା କୃଷି ସେସ୍ ଲାଗୁ ହେବା ନେଇ ଘୋଷଣା କରିଥିଲେ ।

ସୁବ୍ରମଣ୍ୟମ ସ୍ୱାମୀ ମଙ୍ଗଳବାର ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ, ରାମଙ୍କ ଭାରତରେ ପେଟ୍ରୋଲ ଦାମ୍ ରହିଛି ୯୩ ଟଙ୍କା । ସିତାଙ୍କ ନେପାଳରେ ଏହା ୫୩ ଓ ରାବଣର ଲଙ୍କାରେ ୫୧ ଟଙ୍କା ।

wp:html /wp:html

ସୂଚନାଯୋଗ୍ୟ, ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରୁ ନୂଆ ଦର ଲାଗୁ ହୁଏ । ପେଟ୍ରୋଲ ଓ ଡିଜେଲ ଦରରେ ଏକସାଇଜ୍ ଚିକସ୍, ଡିଲର କମିଶନ ଭଳି ଅନେକ ଟିକସ୍ ଯୋଡିବା ପରେ ଏହାର ଦାମ୍ ପ୍ରାୟ ୨ଗୁଣ ହୋଇଯାଏ ।ତେବେ ଗତ ୩ ଦିନ ହେଲା ତୈଳ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.