ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କୁ ବିଧାନ ପରିଷଦ ପଠାଇବେ ଅଖିଲେଶ, ମଙ୍ଗଳବାର ଦାଖଲ କରିବେ ନାମାଙ୍କନ

Published By : Prameya-News7 Bureau | June 06, 2022 IST

ନୂଆଦିଲ୍ଲୀ ୦୬/୦୬:  ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡି ସମାଜବାଦୀ ପାର୍ଟିରେ ସାମିଲ ହୋଇଥିବା ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଉପହାର ଦେବେ ଅଖିଳେଶ ଯାଦବ । ସମାଜବାଦୀ ପାର୍ଟି ତାଙ୍କ ନାମ ବିଧାନ ପରିଷଦ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେ ଜୁନ ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିବେ ।  

ଉତ୍ତର ପ୍ରଦେଶରେ ଆସନ୍ତା୨୦ ତାରିଖରେ ୧୩ ଏଏଲସି ଆସନରେ ମତଦାନ ହେବ । ସମାଜବାଦୀ ପାର୍ଟି ଆହୁରି ୪ ନେତାଙ୍କୁ ବିଧାନ ପରିଷଦ ପଠାଇପାରେ । ତେବେ କାହାରି ନାଁ ଚୂଡାନ୍ତ ହୋଇନାହିଁ । ନାମାଙ୍କନ ଦାଖଲର ଶେଷ ଦିନ ଜୁନ ୯ ରହିଛି । ଅନ୍ୟ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ସୋବରନ ସିଂ ଓ ରାଜପାଲ କଶ୍ୟପଙ୍କ ନାଁ ଚର୍ଚ୍ଚାରେ ରହିଛି ।

ରାଜ୍ୟସଭା ପାଇଁ ସମାଜବାଦୀ ପାର୍ଟି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧରୀଙ୍କ ସମର୍ଥନ କରିବ । ଏହାସହ ବରିଷ୍ଠ ନେତା ଓମ ପ୍ରକାଶ ରାଜଭ ନିଜ ପୁଅ ପାଇଁ ଏମଏଲସି ଆସନ ହାତେଇବାକୁ ଲବି କରୁଛନ୍ତି ।କଂଗ୍ରେସ ଛାଡି ଆସିଥିବା ଇମରାନ ମସୁଦ ମଧ୍ୟ ଟିକେଟ୍ ଲବି କରୁଛନ୍ତି । ଏଥିରୁ ପ୍ରକୃତ ଲଭେଇ ଆସନ୍ତା ୨୦ ତାରିଖରେ ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ୟୁପିରେ ୧୦୦ଟି ବିଧାନପରିଷଦ ଆସନ ରହିଛି । ଏଥିରୁ ୧୩ଜଣଙ୍କର କାର୍ଯ୍ୟକାଳ ଜୁଲାଇ ୬ରେ ଶେଷ ହେଉଛି । ତେବେ ୧୩ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଯେଉଁଥି ପାଇଁ ଜୁନ ୯ ସୁଦ୍ଧା ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସରିବ । ଏହାସହ ଜୁନ ୨୦ ସକାଳ 9ଟାରୁ ସନ୍ଧ୍ୟା ୪ଟା ଯାଏଁ ମତଦାନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.