ସପା ଛାଡ଼ିବା ପରେ ନୂଆ ଦଳ ଘୋଷଣା କଲେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ, ଅଖିଳେଶ ଯାଦବଙ୍କ ସମାଲୋଚନାର ଦେଲେ ପାଲଟା ଜବାବ

Published By : Prameya-News7 Bureau | February 19, 2024 IST

ଲକ୍ଷ୍ନୌ: ସପା ଛାଡ଼ିବା ପରେ ନୂଆ ଦଳ ଗଠନକ କରିଛନ୍ତି ସ୍ବାମୀ ପ୍ରସାଦ ମୌର୍ଯ୍ୟ। ସେ ନିଜ ଦଳର ନାଁ ରଖିଛନ୍ତି ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟୀ (RSSP)। ଏହା ସହ ସେ ଦଳର ପତାକା ମଧ୍ୟ ଲଞ୍ଚ କରିଛନ୍ତି। ନୀଳ, ଲାଲ ଏବଂ ସବୁଜ ରଙ୍ଗର ଏହି ପତାକା ମଧ୍ୟରେ RSSP ଲେଖାଯାଇଛି। ସ୍ବାମୀ ଫେବ୍ରୁଆରୀ ୨୨ରେ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଏକ ରାଲିକୁ ସମ୍ବୋଧନ କରିବେ। ସେ ରାହୁଲ ଗାନ୍ଧୀଙ୍କୁ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ମଧ୍ୟ ସାମିଲ ହେବେ। ସ୍ବାମୀ ପ୍ରସାଦ ମୌର୍ଯ୍ୟ ବିଗତ କିଛି ଦିନରେ ଦଳରେ ବିଦ୍ରୋହର ସ୍ବର ଉଠାଉଥିଲେ।

ସେପଟେ ଏହି ଘୋଷଣା ପରେ ଅଖିଳେଶ ଯାଦବ ଏବଂ ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ସମାଲୋଚନା କରି ଅଖିଳେଶ ଯାଦବ କହିଛନ୍ତି ‘ସେ ଫାଇଦା ପାଇଁ ସପାକୁ ଆସିଥିଲେ।’ ସେ ଆହୁରି କହିଛନ୍ତି ‘ଲାଭ ନେବା ପାଇଁ ସମସ୍ତେ ଆସିଥାନ୍ତି, କିନ୍ତୁ ଆବଶ୍ୟକ ବେଳେ ସମସ୍ତେ ପଳାନ୍ତି। କାହା ମନରେ କ’ଣ ଅଛି କିଏ କହିବ ?

ଆହୁରି ପଢ଼ନ୍ତୁ: ସନ୍ଦେଶଖାଲି ମାମଲାରେ ଦିଦିଙ୍କୁ ଆଶ୍ବସ୍ତି; ସଂସଦୀୟ କମିଟି ନିଷ୍ପତ୍ତି ଉପରେ ‘ସୁପ୍ରିମ’ ରୋକ୍

ଆଉ ଏହାର ପ୍ରତିଜବାବରେ ସ୍ବାମୀ ପ୍ରସାଦ କହିଛନ୍ତି ‘‘ବୋଧହୁଏ ସପାର କେନ୍ଦ୍ର ଏବଂ ରାଜ୍ୟରେ ସରକାର ଅଛନ୍ତି ଆଉ ସେ ମତେ ଫାଇଦା ଦେଉଛନ୍ତି।’’ ସ୍ବାମୀ ପ୍ରସାଦ ଆହୁରି କହିଛନ୍ତି ‘‘ତାଙ୍କ ଦ୍ବାରା ଏଭଳି ମନ୍ତବ୍ୟ ଉଚିତ୍ ନୁହେଁ। ମୁଁ ସବୁବେଳେ ପଦ ଛାଡ଼ିଛି। ମୁଁ ଦଳର ବିଚାରକୁ ପ୍ରାଥମିକତା ଦେଇଛି। ବିଚାର ସାମ୍ନାରେ ପଦର ଗୁରୁତ୍ବ ନାହିଁ। ମୁଁ ବହୁଜନ ସମାଜ ପାର୍ଟୀରେ ବିରୋଧୀ ନେତା ଥାଇ ମଧ୍ୟ ଦଳ ଛାଡ଼ିଥିଲାି। ଆଉ ସତ୍ତାରେ ରହିଥିବାବେଳେ ବିଜେପି ଛାଡ଼ିଥିଲି। ଖୁବଶୀଘ୍ର ଏମଏଲସି ଛାଡ଼ିଦେବି।’’

ସୂଚନାଥାଉକି, ସ୍ବାମୀ ପ୍ରସାଦ ଫେବ୍ରୁଆରୀ ୧୩ରେ ସମାଜବାଦୀ ପାର୍ଟୀର ରାଷ୍ଟ୍ରୀୟ ମହାସଚିବ ପଦରୁ ଇସ୍ତଫା ଦେଇଥି​‌ଲେ। ଏହାର ଏକ ସପ୍ତାହ ପରେ ହିଁ ସେ ନିଜ ପାର୍ଟୀ ଘୋଷଣା କରିଛନ୍ତି। କୁହାଯାଉଛି ଏହି ପାର୍ଟୀ ୨୦୧୩ରେ ଗଠନ ହୋଇଥିଲା। ଆଉ ସ୍ବାମୀ ପ୍ରସାଦ ଏହାକୁ ପୁନଃ ଲଞ୍ଚ କରିଛନ୍ତି। ସେତେବେଳେ ଏହି ଦଳକୁ ୧୯୯୩ରେ ବହୁଜନ ସମାଜବାଦୀ ପାର୍ଟୀରୁ ଲଢ଼ିଥିବା ଅଲୀଗଢ଼ର ସାହେବ ସିଂହ ଧନଗନର ଗଠନ କରିଥିଲେ।

ଆହୁରି ପଢ଼ନ୍ତୁ: ଚଣ୍ଡିଗଡ଼ ମେୟର ନିର୍ବାଚନ ମାମଲା; ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ମେୟର ପଦରୁ ସୋନକାରଙ୍କ ଇସ୍ତଫା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.