scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତାକାଲି ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ, ଜଲେସପଟା ଓ ଚକାପାଦ ଆଶ୍ରମରେ ସ୍ବତନ୍ତ୍ର ବ୍ୟବସ୍ଥା

1/09/2018 at 5:32 PM

ଫୁଲବାଣୀ ୧|୯: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳନ ପାଇଁ କନ୍ଧମାଳର ଜଲେସପଟା ଓ ଚକାପାଦ ଆଶ୍ରମରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସକାଳୁ କଳସ ଶୋଭାଯାତ୍ରା, ନାମଯଜ୍ଞ, ଧ୍ରୁତଯଜ୍ଞ, ଅନ୍ନଯଜ୍ଞ ଓ ଶ୍ରଦ୍ଧାଞ୍ଜଳି ସଭା ଆଦି ଅନୁଷ୍ଠିତ ହେବ । ଯେଉଁଥିରେ ବହୁ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଯୋଗ ଦେବେ । ୧୦ ବର୍ଷ ତଳେ, ୨୦୦୮ ସେପ୍ଟେମ୍ବର ୨୩ ତାରିଖ ଜନ୍ମାଷ୍ଟମୀ ଦିନ ରାତିରେ ଜଲେସପଟା ଆଶ୍ରମରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାଣ ହରାଇଥିଲେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ୫ ଜଣ । ତା ପରେ ଜିଲ୍ଲାରେ ସାମ୍ପ୍ରଦାୟିକ ହିଂସା ଦେଖା ଦେଇଥିଲା । ଯେଉଁଥିରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଡ଼ାଜଳା ଓ ଭଙ୍ଗାରୁଜାରେ ୧୪୪୫ ଘର ସମ୍ପୂର୍ଣ୍ଣ ଏବଂ ୧୩୫୭ ଘର ଆଂଶିକ ନଷ୍ଟ ହୋଇଥିଲା । ତେଣୁ ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ବଳେ କୌଣସି ପ୍ରକାର ସମ୍ଭାବ୍ୟ ଅଘଟଣ ଏଡ଼ାଇବାକୁ କନ୍ଧମାଳ ପୋଲିସ ପୁରା ସଜାଗ ।

   Related Posts