କଂଗ୍ରେସରେ ଯୋଗଦେଲେ ସ୍ୱାଧୀନ ବିଧାୟକ ଜର୍ଜ ତିର୍କି ଏବଂ ସମାଜସେବୀ ସୁଦର୍ଶନ ଦାସ
19/09/2018 at 1:35 PM

ଦିଲ୍ଲୀ ୧୯/୯ : ଦିଲ୍ଲୀ ଠାରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ରାହୁଲ ଗାନ୍ଧୀଙ୍କ ବାସଭବନରେ ସ୍ୱାଧୀନ ବିଧାୟକ ଜର୍ଜ ତିର୍କି ଓ ମହାନଦୀ ବଞ୍ଚାଅର ଆବାହକ ସୁଦର୍ଶନ ଦାସ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି | ଏହି ଯୋଗଦାନ ବେଳେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂ ମଧ୍ୟ ଉପସ୍ଥିତ ଥିଲେ | ଜର୍ଜ ତିର୍କି ଏବଂ ସୁଦର୍ଶନ ଦାସ ଦଳରେ ଯୋଗ ଦେବା ଦ୍ୱାରା ଦଳ ଆହୁରି ମଜବୁତ ହେଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି |
ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସମେତ ଜାତୀୟ ମାନବାଧିକାର କର୍ମୀ ମନୋଜ ଜେନା, ଇଂଜିନିୟର ଲଳିତ ପଟ୍ଟନାୟକ, ନିରାଡ଼ ଖୁଣ୍ଟିଆ, ବାସୁଦେବ ଭଟ୍ଟ ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି |
Related Posts
ରୌପ୍ୟ ଜୟନ୍ତୀରେ ସାମିଲ ହେଲେ ମନ୍ତ୍ରୀ, ପୂଜା ପେଣ୍ଡାଲରେ ନାଚିଲେ
4 October 2023
୭୦୦ ଫୁଟ୍ ତଳେ ରହସ୍ୟମୟୀ ପୋଖରୀ, ଏଥିରେ ଭର୍ତ୍ତି ହୋଇ ରହିଛି କ୍ଷୀର
4 October 2023