Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଚା’ରେ ନିଶା ଦ୍ରବ୍ୟ ମିଶାଇ ସ୍ଵାଧୀଙ୍କୁ ଦୁଷ୍କର୍ମ : ଘଟଣାର ୩ ମାସ ପରେ ହେଲା ଅଭିଯୋଗ

27/10/2018 at 1:56 PM

ଭୋପାଲ ୨୭/୧୦ : ମଧ୍ୟ ପ୍ରଦେଶର ଭୋପାଲ ମିଶରୋଦ ଅଂଚଳରେ ଘଟିଛି ଏକ ଅଭାବନୀୟ ଘଟଣା | ଭାଗବତ କଥା ପ୍ରବଚନ ଦେଉଥିବା ଜଣେ ୪୦ ବର୍ଷ ବୟସ୍କା ସ୍ଵାଧୀଙ୍କୁ ଚା’ରେ ନିଶା ଦ୍ରବ୍ୟ ମିଶାଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି | ଦୁଷ୍କର୍ମ ପରେ ପୋଲିସରେ ଅଭିଯୋଗ କଲେ ଜୀବନରେ ମାରିଦେବାକୁ ଅଭିଯୁକ୍ତ ଧମକ ଦେଉଥିବାରୁ ଭୟରେ ସ୍ଵାଧୀ ପୋଲିସ ନିକଟକୁ ଯାଇନଥିଲେ | ତେବେ ନିଜ ଗୁରୁଙ୍କ ସାହସ ପାଇ ଘଟଣାର ୩ ମାସ ପରେ ସେ ମିରଠ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି | ପୋଲିସ ଅଭିଯୁକ୍ତକୁ ଖୋଜୁଛି |

ସୂଚନାଯୋଗ୍ୟ ଯେ, ଭୋପାଲର ହିଶୋଙ୍ଗାବାଦ ରୋଡ଼ ନିକଟରେ ଥିବା ଏକ କଲୋନୀରେ ପୀଡିତା ସ୍ଵାଧୀଙ୍କ ଆଶ୍ରମ ରହିଛି | ଏହି ଆଶ୍ରମରେ ସ୍ଵାଧୀ ନିଜ ଶିଷ୍ୟମାନଙ୍କ ସହ ରହିଥାନ୍ତି | ଦୁଇ ବର୍ଷ ତଳେ ସ୍ଥାନୀୟ ଅଂଚଳରେ ସେ ଭାଗବତ କଥା ପ୍ରବଚନ ଦେଉଥିବାବେଳେ ମଣ୍ଡିଦୀପ ଇନ୍ଦିରାନଗର କଲୋନୀର ଠାକୁର ସିଂଙ୍କ ପୁଅ ଜୟପାଲ ସିଂ ରାଜପୁତଙ୍କ ସହ ତାଙ୍କର ପରିଚୟ ହୋଇଥିଲା | ସ୍ଵାଧୀଙ୍କୁ ଜୟପାଲ ଦିଦି ବୋଲି ସମ୍ବୋଧନ କରୁଥିଲା | ଧୀରେ ଧୀରେ ଜ୍ୟପାଳ ସ୍ଵାଧୀଙ୍କ ଆଶ୍ରମକୁ ଯାଆସ କରିବା ଆରମ୍ଭ କରିଥିଲା | ସ୍ଵାଧୀଙ୍କୁ ପ୍ରବଚନ ସ୍ଥଳକୁ ନିଆ ଅଣା କରିବାରେ ମଧ୍ୟ ସାହାଯ୍ୟ କରୁଥିଲା | ଗତ ଜୁଲାଇ ମାସ ୨୨ ତାରିଖରେ ଦିନେ ଦ୍ବିପ୍ରହର ବେଳକୁ ଜୟପାଲ ସ୍ଵାଧୀଙ୍କ ଆଶ୍ରମରେ ପହଁଚିଲା | ଅତି ସ୍ୱାଭାବିକ ଆଚରଣ କରିବା ସହ ଚା’ ପିଇବାକୁ ଇଛା ହେଉଛି ବୋଲି ସ୍ଵାଧୀଙ୍କୁ କହିଥିଲା | ଫଳରେ ସ୍ଵାଧୀ ନିଜ ହାତରେ ଦୁଇ କପ ଚା’ ତିଆରି କରି ଆଣିଥିଲେ | ଗୋଟିଏ କପ ଜୟପାଲକୁ ଦେବା ସହ ନିଜେ ଆଉ ଗୋଟିଏ କପ ପିଇଥିଲେ | ଚାହା ପିଉଥିବାବେଳେ ଜ୍ୟପାଳ ବିସ୍କୁଟ ମାଗିଥିଲେ | ଫଳରେ ନିଜେ ପିଉଥିବା ଚାହା କପକୁ ସ୍ଵାଧୀ ଜୟପାଲ ବସିଥିବା ସ୍ଥାନରେ ଛାଡ଼ିଦେଇ ବିସ୍କୁଟ ଆଣିବାକୁ ଭିତରକୁ ଯାଇଥିଲେ | ଏହି ମୌକାର ଅପେକ୍ଷାରେ ଥିଲା ଜୟପାଲ | ସ୍ଵାଧୀଙ୍କ ଚା’ରେ କିଛି ନିଶା ଦ୍ରବ୍ୟ ମିଶାଇ ଦେଇଥିଲା | ସ୍ୱଧିଆ ଚା’ ପିଇବା ପରେ ପରେ ବେହୋସ ହୋଇଯାଇଥିଲେ | ଜୟପାଲ ସ୍ଵାଧୀଙ୍କୁ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇଯାଇଥିଲା | ସ୍ଵାଧୀଙ୍କୁ ହୋସ ଆସିବା ପରେ ସେ ଜୟପାଲକୁ ଫୋନ କରିଥିଲେ | ଜୟପାଲ ସେତେବେଳେ ଧମକାଇବା ଆରମ୍ଭ କରିଥିଲା | ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଲେ ଜୀବନରେ ମାରିଦେବା ବୋଲି ଧମକାଇଥିଲା | ସ୍ଵାଧୀ ଶିଷ୍ୟମାନଙ୍କ ସହ ରହୁଥିବାରୁ କଣ କରିବେ ନକରିବେ ଜାଣିପାରିନଥିଲେ | ତଥାପି ସେ ପୋଲିସରେ ଅଭିଯୋଗ କରିବେ ବୋଲି ମନ ସ୍ଥିର କରିଥିଲେ | ଏହା ଜାଣିବା ପରେ ଜୟପାଲ ଅଗଷ୍ଟ ୩ ତାରିଖରେ ସ୍ଵାଧୀଙ୍କ ଆଶ୍ରମରେ ପହଂଚି ନିଜ ଲାଇସେନ୍ସ ଥିବା ପିସ୍ତଲ ଦେଖାଇ ଡ଼ରାଇଥିଲା | ପୋଲିସ ପାଖକୁ ଗଲେ ପିସ୍ତଲରେ ଥିବା ସବୁ ଗୁଳି ମୁଣ୍ଡରେ ମାରିଦେବା ବୋଲି କହିଥିଲା | ଏଥିରେ ସ୍ଵାଧୀ ଭୟଭୀତ ହୋଇ ମିରଠରେ ରହୁଥିବା ନିଜ ଗୁରୁଙ୍କ ପାଖକୁ ଚାଲିଯାଇଥିଲେ | ଗୁରୁଙ୍କ ସାହସ ଏବଂ ପରାମର୍ଶକ୍ରମେ ସ୍ଵାଧୀ ଏବେ ମିରଠ ପୋଲିସ ଥାନାରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି |

   Related Posts