ଫେଲ ମାରିଛି ସ୍ୱଚ୍ଛ ଭାରତ ମିଶନ

Published By : Prameya-News7 Bureau | July 01, 2018 IST

ସରକାରଙ୍କ ସ୍ବଚ୍ଛ ଭାରତ ମିଶନର ସଫଳତା ଖୋଜିବାକୁ ଆମେ ଗୋଟିଏ ମାତ୍ର ପଂଚାୟତର କିଛି ଗ୍ରାମକୁ ଯାଇଥତ୍ଲୁ। ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ସଦରବ୍ଲକ ବରଦା ପାଳ ପଂଚାୟତର ରୁଗୁଡିସହି, ତଳକୁମ୍ପୁଡି ଏବଂ ଚୁଡାକୁଟା ସାହିକୁ ଯାଇଥତ୍ଲୁ ଆମେ। ଏହି ଗ୍ରାମରେ ପ୍ରାୟ ସବୁ ଘରେ ନିର୍ମ।ଣ ହୋଇଛି ପାଇଖାନା ଘର। କିନ୍ତୁ ୯୦ ପ୍ରତିଶତ ପାଇଖାନାକୁ ବ୍ୟବହାର କରୁନାହାନ୍ତି ଲୋକେ। କେଉଘରେ କାଠ ରହିଛିତ ଆଉକେଉଠି ନଡା ଚପର। ବହୁ ପାଇଖାନା ବ୍ୟବହାର ପୂର୍ବରୁ ଭାଙ୍ଗିରୁଜି ପଡିରହିଛି। ଅଧତ୍କାଂଶ ପାଇଖାନାରେ କବାଟ ନାହଁ। ଦେଖତ୍ଲେ ଲାଗୁଛି ଯେମିତି ପାଇଖାନା ଘର ପାଲଟିଛି ଭୁତକୋଠୀ। ପାଇଖାନା ବ୍ୟବହାର ନକରି ଲୋକମାନେ ଏବେବି ବାହାରକୁ ଶୌଚ ହେବାକୁ ଯାଉଛନ୍ତି । ଏପରି ଅବସ୍ଥା ପାଇଁ ଲୋକମାନେ ପାଣିର ଅଭାବକୁ ଦାୟୀ କରିଛନ୍ତି । ଘରେ ପାନୀୟ ଜଳ ଟିକେ ମିଳିବା କଷ୍ଟ ହୋଉଥିବା ବେଳେ ଶୌଚପାଇଁ ପାଣି କେଉଠୁ ଆସିବ ବୋଲି ଲୋକ କହିଛନ୍ତି । ସରକାର ପାଇଖାନା ଘର କରିଦଳେ ହଲେ ପାଣିର କୌଣସି ବ୍ୟବସ୍ଥା କରିଲେ ନାହାନ୍ତି ବୋଲି ଅଭିଯୋଗ ବାଢିଛନ୍ତି ଗ୍ରାମବାସୀ । ଅପରପକ୍ଷେ ଲୋକଙ୍କ ମାନସିକତାକୁ ଦାୟୀ କରିଛନ୍ତି ସଦର ବିଡିଓ। ଲୋକମାନଙ୍କ ମାନସିକତାରେ ପରିବର୍ତନ ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିବାକୁ ଉଦ୍ୟମ କରାଯିବ ଏବଂ ପାଣିର ବ୍ୟବସ୍ଥା ପାଇଁ ପଦକ୍ଷେପ ନବବୋଲି ବିଡିଓ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.