ସ୍ବଚ୍ଛ ଭାରତ ଅଭିଯାନରେ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ହେଲେ ପାଇଖାନାରେ ଝୁଲୁଛି ତାଲା

Published By : Prameya-News7 Bureau | December 24, 2019 IST

ସୁବର୍ଣ୍ଣପୁର୨୪/୧୨: ସୁବର୍ଣ୍ଣପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର ରଖିବା ଲକ୍ଷ୍ୟରେ ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା । ଏପରି କି ବର୍ଷେ ଆଗରୁ ସହରକୁ ବାହ୍ୟ ମଳମୁକ୍ତ  ଅଂଚଳ ଭାବେ ଘୋଷଣା କରିଛି ଜିଲ୍ଳା ପ୍ରଶାସନ । କିନ୍ତୁ ଦୂର୍ଭାଗ୍ୟର କଥା ସହରବାସୀଙ୍କ ସୁବିଧା ପାଇଁ ସହରର ଦୁଇ ତିନୋଟି ସ୍ଥାନରେ ଗୋଷ୍ଠୀ ପାଇଖାନା ଥିଲେ ବି ଦିନେ ହେଲେ ଏହା ଲୋକଙ୍କ କାମରେ ଆସିନି ।

ବାହ୍ୟ ମଳମୁକ୍ତ ସହର ସୁବର୍ଣ୍ଣପୁର । ସହରକୁ ଆହୁରି ସ୍ବଚ୍ଛ କରିବାକୁ ସ୍ବଚ୍ଛ ଅଭିଯାନ ମାଧ୍ୟମରେ ସହରରେ ଲକ୍ଷାଧିକ ବ୍ୟୟରେ ତିଆରି ହୋଇଛି ୩ଟି ଗେ।ଷ୍ଠୀ ପାଇଖାନା । କିନ୍ତୁ ଦିନଟିଏ ବି ଲେ।କଙ୍କ କାମରେ ଆସିନି ଏସବୁ ଶୌଚାଳୟ । ବାହାରକୁ ଚକାଚକ୍ ଦେଖାଯାଉଥିବା ଟଏଲଟ୍ ଗୁଡିକୁ ଏପର୍ଯ୍ୟନ୍ତ ଜଳ ଯୋଗାଣ ହୋଇନି କି ବିଜୁଳି ସଂଯୋଗ ହୋଇନି । ତେଣୁ ଉଦ୍‌ଘାଟନ ଦିନଠୁ ସରକାରୀ ଟଏଲେଟ୍‌ରେ ଝୁଲୁଛି ତାଲା ।

ବର୍ଷେ ତଳେ ଏସବୁ ଟଏଲେଟ୍ର ଉଦ୍‌ଘାଟନ ସରିଥିଲେ ବି ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପରିଚାଳନାଗତ ତୃଟି ଯୋଗୁଁ ଏ ଯାଏଁ ଲୋକଙ୍କ ସେବାରେ ଲାଗି ପାରିନି । ଏପରିକି ସହରର ଜନ ଗହଳି ବସ୍ ଷ୍ଟାଣ୍ଡ ,ବ୍ଲକ ଛକ, କଚେରୀ ଛକ ପ୍ରଭୃତି ସ୍ଥାନରେ ସାଧାରଣ ଯାତ୍ରୀ କି ମହିଳାଙ୍କ ପାଇଁ ତିଆରି ହୋଇନି ପାଇଖାନା। ସେପଟେ ଏହାକୁ ନେଇ ଚିରାଚରିତ ଉତ୍ତର ରଖିଛନ୍ତି ବିଭାଗୀୟ ଅଧିକାରୀ । ସ୍ବଚ୍ଛତାର ନାରା ଦେଇ ସରକାର ଲକ୍ଷାଧିକ ଟଙ୍କାରେ ତିଆରି  କରୁଛନ୍ତି ପାଇଖାନା । ହେଲେ ସରକାରୀ ଯୋଜନା କେତେ ଦୂର କାର୍ଯ୍ୟକାରୀ ହେଉଛି ତାହା ସ୍ପଷ୍ଟ ଜଣାପଡୁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.