ସ୍ଵଚ୍ଛ ସର୍ବେକ୍ଷଣ ୨୦୨୨: ଚିକିଟି ଓଡିଶାର ଏକ ନମ୍ବର ସ୍ଵଚ୍ଛ ଏନଏସି, ଭାରତରେ ୪୧ତମ ସ୍ଥାନ ହାସଲ

Published By : Prameya-News7 Bureau | October 07, 2022 IST

ବ୍ରହ୍ମପୁର: ସ୍ଵଚ୍ଛ ସର୍ବେକ୍ଷଣ ୨୦୨୨ ରେ ଓଡିଶାର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ପ୍ରଥମ ସ୍ଥାନ ଅଧିକାର କରିଛି । ଭାରତରେ ଥିବା ୪୪୫୪ ଏନଏସି ମଧ୍ୟରୁ ଜାତୀୟ ସ୍ତରରେ ୪୧ ନମ୍ବର ସ୍ଥାନରେ ରହିଛି ଚିକିଟି। ଏଥିସହ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ।ଉତ୍ତମ ସିଟିଜେନ୍ ଫିଡବେକ୍ ପାଇଁ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଜାତୀୟ ସ୍ତରରେ ୧୧୧ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ଓଡିଶାରେ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସ୍ଵଚ୍ଛତା ସର୍ଭେକ୍ଷଣ ମାଧ୍ୟମରେ ସହରାଞ୍ଚଳ ଗୁଡିକର ପରିମଳ ବ୍ୟବସ୍ଥା ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ ପୁଙ୍ଖାନୁପୁଙ୍ଖ ଭାବେ ସର୍ଭେକ୍ଷଣ କରି ପୁରସ୍କୃତ କରାଯାଇଥାଏ । ଅକ୍ଟୋବର ୧ ରେ ଉକ୍ତ ସର୍ଭେକ୍ଷଣର ଫଳାଫଳ ଘୋଷଣା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା ।

ଉକ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର, ଓ ସମ୍ନାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ଯୋଗ ଦେଇଥିଲେ । ସ୍ଵଚ୍ଛ ସର୍ଭେକ୍ଷଣ ଉପରେ ପୂର୍ବାଞ୍ଚଳ ଜୋନ ର ୧୫୦୦୦ ଜନ ସଂଖ୍ୟା ବିଶିଷ୍ଟ ଅଞ୍ଚଳର ଦ୍ରୁତ ପରିମଳ ପରିଚାଳନା (Fast Moving city in 15000 population East Zone) ରେ ଓଡିଶା ର ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଥମ ସ୍ଥାନ ଅଧିକାର କରି ଉକ୍ତ ସର୍ଭେକ୍ଷଣ ର ପୁରସ୍କାର କେନ୍ଦ୍ରଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଓ ସମ୍ନାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ପ୍ରଦାନ କରିଥିଲେ ।

ଉକ୍ତ ପୁରସ୍କାରକୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଭି. କୀର୍ତ୍ତିଭାସନ, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ନାୟକ, ଏନଏସି ଅଧକ୍ଷ୍ୟା ଦୀପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ବିତ ସଂଗ୍ରାମଜିତ ସାହୁ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥା ସାନିଟେସନ ବିଶେଷଜ୍ଞ ଦୀପକ କୋଠିଆ ଓ କନିଷ୍ଠ ସାନିଟେସନ ବିଶେଷଜ୍ଞ ବାଳକୃଷ୍ଣ ନାୟକ ଗ୍ରହଣ କରିଥିଲେ ।

ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ସାରା ଭାରତ ରେ ଥିବା ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୪୧ ନମ୍ବର ରେ ରହିଥିବା ବେଳେ ଓଡିଶା ର ୧ ନମ୍ବର ସ୍ଥାନରେ ରହିଛନ୍ତି । ଉକ୍ତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଉତ୍ତମ ସିଟିଜେନ ଫିଡବେକ ପାଇଁ ପୁରସ୍କୃତ କରଯାଇଥିଲା । ଭାରତ ରେ ଥିବା ୪୩୫୪ ସହର ମଧ୍ୟରୁ ଜାତୀୟ ସ୍ତରରେ ୧୧୧ ନମ୍ବର ଏବଂ ଓଡିଶା ର ଚତୁର୍ଥ ସ୍ଥାନ ଅଧିକାର କରିଥଲା ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡା ଓ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ ସଚ୍ଚିଦାନନ୍ଦ ନାୟକଙ୍କ ଅକ୍ଲାନ୍ତ ପରିଶ୍ରମ, ଦିଗଦର୍ଶନ, ବରିଷ୍ଠ ମାର୍ଗ ଦର୍ଶନ, ଦୂର ଦୃଷ୍ଟି,ଉତ୍ସର୍ଗୀକୃତ ମନୋଭାବ, ବାରମ୍ବାର ସମୀକ୍ଷା ବୈଠକ ଓ ଉଲ୍ଲେଖନିୟ କାର୍ଯ୍ୟ ଫଳରେ ଆଜି ଗଞ୍ଜାମ ଜିଲ୍ଲାର ୨ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଜାତୀୟ ସ୍ତରରେ ପୁରସ୍କୃତ ହୋଇପାରିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ବିଜ୍ଞାପିତ ଅଞ୍ଚଳ ପରିଷଦ ଏହି ଅଭିଯାନ ରେ କିଭଳି ଅଂଶୀଦାର ହୋଇପାରିବେ ସେହି ନିମନ୍ତେ ପ୍ରୟାସ ଜାରି ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା ଓ ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ନଗର ଉନ୍ନୟନ ଅଧିକାରୀ  ସଚ୍ଚିଦାନନ୍ଦ ନାୟକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.