ସମସ୍ୟା ଘେରରେ ଜୟପୁର ପୌରପାଳିକା, ସମ୍ପୁର୍ଣ୍ଣ ଫେଲ୍ ମାରିଛି ସ୍ୱଚ୍ଛ ଭାରତ ମିଶନ
29/08/2018 at 12:15 PM

କୋରାପୁଟ ଜିଲ୍ଲା କୋଟପାଡ କୁ ବାହ୍ୟ ମଳମୁକ୍ତ ଏନ୍.ଏ.ସି ଭାବେ ଘୋଷଣା କରିଛନ୍ତି ସରକାର । ଏହି ସମ୍ମାନ ପାଇବାରେ କୋଟପାଡ ଦକ୍ଷିଣ ଓଡିଶାର ପ୍ରଥମ ସହର। ଆଦିବାସୀ ବହୁଳ ଅଂଚଳ ହୋଇ ବି ବାହ୍ୟମଳ ମୁକ୍ତ ହୋଇଥିବାରୁ ଏବେ କୋଟପାଡ ଏନ୍.ଏ.ସିକୁ ମିଳୁଛି ଏସବୁ ପ୍ରଂଶସା। ହେଲେ ଦିନେ ରାଜ୍ୟରେ ଏକ ନମ୍ବର ପୌର ପାଳିକାର ମାନ୍ୟତା ପାଇଥିବା ଜୟପୁର ପୌର ପାଳିକା ପଛରେ ପଡି ଯାଇଛି। ଏଭଳି ସ୍ଥିତିରେ ଜୟପୁର ପୌର ପାଳିକାର ପାରିବା ପଣିଆକୁ ନେଇ ଉଠିଛି ପ୍ରଶ୍ନ ।