ସୁବର୍ଣ୍ଣପୁରରେ ଫେଲ ମାରିଚି ସ୍ୱଚ୍ଛ ଭାରତ ଅଭିଯାନ

Published By : Prameya-News7 Bureau | September 23, 2018 IST

ସୁବର୍ଣ୍ଣପୁର ୨୩/୯ : ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ବଚ୍ଛ ଭାରତ ଅଭିଯାନ ଚାଲିଛି । ହେଲେ ଲାଗୁଛି ସବୁ କିଛି ଯେମିତି କାଗଜ କଲମରେ ଚାଲିଛି । ବାସ୍ତବ ଚିତ୍ର କିଛି ଭିନ୍ନ । ଚାଲନ୍ତୁ ଯିବା ସୁବର୍ଣ୍ଣପୁରର ତରଭା ଆଉ ଦେଖିବା ଏଠି ପରିମଳ ବ୍ୟବସ୍ଥା କେମିତି ରହିଛି । ଯୁଆଡେ ଚାହିଁଲେ ଆବର୍ଜନା ପାଣି । ଠାଏ ଠାଏ ଗଦା ହୋଇଛି କୁଢ଼କୁଢ଼ ଅଳିଆ ।ସବୁଠୁ ଉଦବେଗର ବିଷୟ ହେଉଛି ଲୋକଙ୍କ ଘର ସାଇଟ୍ ରେ ବୋହିଚାଲିଛି ନର୍ଦ୍ଦମା ପାଣି । ପାଣିରେ ପୋକ ସାଲୁବାଲୁ । ଭାସିଯାଉଛି ଜରି, ପତ୍ର । ଅବସ୍ଥା ଏମିତି ରାସ୍ତା ପୁରା ବନ୍ଦ । ଯିବାକୁ ବାଟ ନଥିବାରୁ ଲୋକେ ଇଟା, ପଥର ରଖି ପାଦ ପକେଇ ପକେଇ ଯାଉଛନ୍ତି । ସୁବର୍ଣ୍ଣପୁରର ତରଭାର ପରିମଳ ବ୍ୟବସ୍ଥା କିଛି ଏପରି । ଯୋଉ ଗଳି କନ୍ଦି ଯାଆନ୍ତୁ ସବୁଠି ସମାନ ଚିତ୍ର । କୁମ୍ଭାର ପଡା, ଚମରୁ ମହେର ଗଲି ଓ ନୂଆଁପଡାର ଅବସ୍ଥା ନକହିବା ଭଲ । ଦୀର୍ଘ ଦିନ ହେଲାଣି ଡ୍ରେନ୍ ସଫା ହେଉନଥିବାରୁ ଆଜି ଏମିତି ପରିସ୍ଥିତି । ପରିମଳ ବ୍ୟବସ୍ଥା ବିଗିଡ଼ିଯାଇଥିବାରୁ ମଶା ମାଛିଙ୍କ ପ୍ରାଦୁର୍ଭାବ ବଢ଼ିଛି । ଏନେଇ ବାରମ୍ବାର ଏନଏସି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରାଯାଇଥିଲେ ବି ଫଳଘର ଶୂନ । ମଧ୍ୟ ପଦକ୍ଷେପ ନିଆଯାଉନଥତ୍ବା ଅଭିଯୋଗ ହେଉଛି । ସମସ୍ୟାକୁ ସ୍ବୀକାର କରିଛନ୍ତି ଏନଏସି ର କାର୍ଯ୍ୟନିର୍ବାହି ଅଧତ୍କାରୀ । ତବେ ସ୍ବେରେଜ, ଡ୍ରେନ କାମ ପାଇଁ ଟେଣ୍ଡର ସରିଛି । କାମ ହେଲେ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ସେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.