Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

SVB ସଂକଟ: ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ମୁହଁ ଖୋଲିଲେ ବାଇଡେନ, କହିଲେ- ଆମେରିକୀୟ ବ୍ୟାଙ୍କିଂ ସିଷ୍ଟମ ସୁରକ୍ଷିତ

13/03/2023 at 9:49 PM

ନୂଆଦିଲ୍ଲୀ: ସିଲିକନ ଭ୍ୟାଲି ବ୍ୟାଙ୍କ ସଂକଟ ବଢିବା ପରେ ଏବେ ଏହା ଉପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକା ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ ଆମେରିକାର ବ୍ୟାଙ୍କିଂ ସେକ୍ଟର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ରହିଛି । ଏହାସହ ନିୟମ ଏବଂ ପରିଚାଳନାକୁ କଡ଼ାକଡ଼ି କରାଯିବା ଉପରେ ସେ ଜୋର ଦେଇଛନ୍ତି ଏବଂ ଭବିଷ୍ୟତରେ ହେବାକୁ ଥିବା କୌଣସି ବିପଦକୁ ଟାଳି ଦିଆଯାଇ ପାରିବ ।

ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଆମେରିକାର ଲୋକେ ବିଶ୍ୱାସ କରନ୍ତି ଯେ ତାଙ୍କର ବ୍ୟାଙ୍କିଂ ସିଷ୍ଟମ ସୁରକ୍ଷିତ ରହିଛି । ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବା ଏବଂ ଫେଡେରାଲ ବ୍ୟାଙ୍କ ଦ୍ୱାରା ଅନ୍ୟ ଏକ ବ୍ୟାଙ୍କର ଅଧିଗ୍ରହଣ କରାଯିବା ପରେ ହ୍ୱାଇଟ୍ ହାଉସରୁ ନିଜ ସମ୍ୱୋଧନରେ ଦେଶବାସୀଙ୍କୁ କହିଛନ୍ତି,’ ଆପଣଙ୍କୁ ଯେତେବେଳେ ଅର୍ଥ ଦରକାର ପଡ଼ିବ ସେତେବେଳେ ନିଜ ଡିପୋଜିଟ୍ ଉପଲବ୍ଧ ହେବ’ । ସେ କହିଛନ୍ତି ଯେ ସିଲିକନ ଭ୍ୟାଲି ବ୍ୟାଙ୍କରେ ଡିପୋଜିଟରଙ୍କ ସଂଚୟ ଯେପରି ମିଳି ପାରିବ ସରକାର ତାହା ସୁନିଶ୍ଚିତ କରୁଛନ୍ତି । ସେ ଲୋକଙ୍କୁ ଭରଷା ଦେଇ କହିଛନ୍ତି ଯେ ଟ୍ୟାକ୍ସପେୟର୍ସଙ୍କୁ କୌଣସି କ୍ଷତି ପହଞ୍ଚିବାକୁ ଦିଆଯିବନି ।

ଜୋ ବାଇଡେନ କହିଛନ୍ତି ଯେ ବ୍ୟାଙ୍କ ଡିପୋଜିଟ୍ ଉପରେ ଯେଉଁ ବୀମା କରିଥାନ୍ତି ସେଠାରୁ ଟଙ୍କା ଆସିବ । ସେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ୨୦୦୮ ଆର୍ଥିକ ସଂକଟ ପରେ ଯେଉଁ କଠୋର ନିୟମ କରାଯାଇଥିଲା ତାକୁ ରିପବ୍ଲିକାନ ପାର୍ଟିର ଡୋନାଲ୍ଡ ଟ୍ରମ୍ପ ଦୁର୍ବଳ କରି ଦେଇଥିଲେ ।

ବାଇଡେନ କହିଛନ୍ତି ଯେ ସେ ଆମେରିକୀୟ କଂଗ୍ରେସ ଏବଂ ବ୍ୟାଙ୍କିଂ ସେକ୍ଟରର ନିୟାମକଙ୍କୁ ବ୍ୟାଙ୍କିଂ ନିୟମକୁ ଅଧିକ କଡ଼ାକଡ଼ି କରିବାକୁ କହିବେ, ଫଳରେ ଏହିପରି ବ୍ୟାଙ୍କିଂ ବିଫଳକୁ ରୋକା ଯାଇ ପାରିବ । ସେ କହିଛନ୍ତି ଯେ ଏପରି କାହିଁକି ଘଟିଲା ତାର ଯାଞ୍ଚ କରାଯିବ ଫଳରେ ଏଥିପାଇଁ ଦାୟୀ ଲୋକଙ୍କୁ ଉତ୍ତରଦାୟୀ କରାଯାଇ ପାରିବ । ସେ କହିଛନ୍ତି ଯେ ବ୍ୟାଙ୍କର ମ୍ୟାନେଜମେଣ୍ଟକୁ ବାହାର କରାଯିବ ।

   Related Posts