Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

୩୨ ମାଇଲେଜ ଦେଉଥିବା ଅଜବ ଲୁକ ସହ ବଜାରକୁ ଆସିଛି ସୁଜୁକିର ଏହି ନୂଆ ଗାଡି

30/10/2019 at 10:21 AM

ଜାପାନର ଟୋକ୍ୟୋ ମୋଟର ଶୋରେ ଦୁନିଆର ସବୁ କାର କମ୍ପାନୀ ଭବିଷ୍ୟତର ଲଂଚ ହେଉଥିବା କାରର ପ୍ରଦର୍ଶନ କରନ୍ତି। ଏହି ଅବସରରେ ସୁଜୁକି ନିଜ ନୂଆ କାରର ପ୍ରଦର୍ଶନ କରିଛି ଯାହାର ନାଁ ହେଉଛି ହଷ୍ଟଲର। ହଷ୍ଟଲର କାର ଭାରତରେ ବିକ୍ରି ହେଉଥିବା ୱାଗନର କାରର ଡିଜାଇନ ଭଳି ହୋଇଛି। ଏହା ଏକ ଛୋଟ ଗାଡି ଯେଉଁଥିରେ ୮୦୦ ସିସିର ଛୋଟ ଇଂଜିନ ଦେଖିବାକୁ ମିଳିବ।

ଏହି ଇଂଜିନ ୪୮ ପିଏସର ପାୱାର ୬୨ ନ୍ୟୁଟନ ମିଟରର ଟର୍କ ପ୍ରଦାନ କରିବ। ଏହି ଇଂଜିନର ବିଷେଶତ୍ବ ଏହା ଯେ, ଏହା ହାଇବ୍ରିଡ୍‌ ଇଂଜିନ ଓ ଏଥିରେ ସିବିଟି ଟ୍ରାନ୍ସମିଶନ ଦେଖିବାକୁ ମିଳିବ। ହାଇବ୍ରିଡ ହୋଇଥିବାରୁ କାରର ମାଇଲେଜ ୩୨ କିମି/ଲିଟର ରହିଛି। କାରର ଇଣ୍ଟେରିଅରରେ ୮ ଇଂଚର ଟଚ୍‌ସ୍କ୍ରିନ ସିଷ୍ଟମ ଦିଆଯାଇଛି। ଏହା ଏକ ୫ସିଟର ଗାଡି।

 




   Related Posts