ବଜାରକୁ ଆସିଲା ସୁଜୁକି ବର୍ଗମ୍ୟାନ ଷ୍ଟ୍ରିଟ୍ , BS 6 ଭର୍ସନ ସ୍କୁଟର ଦାମ୍ ୭୭, ୯୦୦

Published By : Prameya-News7 Bureau | February 17, 2020 IST

ମୁମ୍ବାଇ ୧୭.୦୨- ଅଟୋ ଅକ୍ସପୋ ୨୦୨୦ରେ ପ୍ରଦର୍ସନ ପରେ ଏବେ ବଜାର ପଦାର୍ପଣ କରିଛି ସୁଜୁକି ବର୍ଗମ୍ୟାନ୍ ଷ୍ଟ୍ରିଟ ସ୍କୁଟର । ବିଏସ୍‌ ୬ ଭର୍ସନର ଏହି ଟୁହ୍ୱିଲର ଦାମ୍ (ଏକ୍ସ ଶୋ-ରୁମ୍ ମୂଲ୍ୟ) କମ୍ପାନୀ ରଖିଛି ୭୭ ହଜାର ୯୦୦ ଟଙ୍କା ।ଏହି ଟୁହ୍ୱିଲର ଲଞ୍ଚ୍ ସହ ସୁଜକୀ ଏବେ ବିଏସ୍‌ ୪ ଭର୍ସନ ବୁର୍ଗମ୍ୟାନ ଷ୍ଟ୍ରିଟ୍‌ ସ୍କୁଟର ଉତ୍ପାଦନ ବନ୍ଦ କରିଦେଇଛି ।

{"id":225580,"width":554,"height":572,"sizeSlug":"large"}

 ବଜାରକୁ ଆସିଥିବା ବିଏସ୍‌ ୬ ଭର୍ସନ ବର୍ଗମ୍ୟାନ୍ ଷ୍ଟ୍ରିଟ୍‌ ତାର ପୂର୍ବ ମଡେଲ ଅପେକ୍ଷା ପୁରା ଅଲଗା । ଲୁକ୍, ଷ୍ଟାଇଲ ଏବଂ ଫିଚର ସବୁଠି ପାର୍ଥକ୍ୟ ରହିଛି । ବିଏସ୍‌ ୬ ବର୍ଗମ୍ୟାନ୍‌ ଷ୍ଟ୍ରିଟ୍‌ରେ ଫୁଏଲ ଇଞ୍ଜେକ୍ସନ ଟେକନୋଲୋଜୀର ବ୍ୟବହାର କରାଯାଇଛି ।ଯାହା ଫଳରେ ଥଣ୍ଡା ପରିବେଶ ରେ ଏହା ଷ୍ଟାର୍ଟ ସମସ୍ୟା ଦେଖାଇବ ନାହିଁ । ଏହା ସହ ଏହାର ପାୱାର ଡେଲିଭରି ସିଷ୍ଟମବି ସହଜ ।

{"id":225581,"width":587,"height":392,"sizeSlug":"large"}

 ବର୍ଗମ୍ୟାନ୍‌ ଷ୍ଟ୍ରିଟ୍‌ରେ ଆଲୁମିନିୟମ ୪ ଷ୍ଟ୍ରୋକ୍, ସିଙ୍ଗିଲ ସିଲିଣ୍ଡର ୧୨୪ ସିସି ଇଞ୍ଜିନ ରହିଛି । ଏହା ଏବେ ୪ ଟି ରଙ୍ଗରେ ଉପଲବ୍ଧ ହେଉଛି । ବିଏସ୍‌ ୬ ସୁଜୁକି ବର୍ଗମ୍ୟାନ୍ ଷ୍ଟ୍ରିଟ୍‌ ୨୦୨୦ ମଡେଲର ଦାମ ୭୭  ହଜାର ୯ ସହ ଟଙ୍କା ରହିଛି । ୟାହାକି ବିଏସ୍ ୪ ମଡେଲ  ଅପେକ୍ଷା ପ୍ରାୟ ୭ ହଜାର ମହଙ୍ଗା ।

{"id":225582,"width":589,"height":331,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.