ସୁଜୁକି ଆକସେସ୍ ୧୨୫ ବିଏସ୬: ଅଧିକ ରହିବ ମାଇଲେଜ୍ ଓ ପାଓ୍ୱାର

Published By : Prameya-News7 Bureau | March 03, 2020 IST

ନୂଆଦିଲ୍ଲୀ ମାର୍ଚ୍ଚ ୦୩:   ଅଗ୍ରଣୀ ସ୍କୁଟର ନିର୍ମାଣକାରୀ କମ୍ପାନୀ ସୁଜୁକି ଆକସେସର ବିଏସ୬ ଭର୍ସନ ଲଞ୍ଚ କରିଛି। ଯେଉଁମାନେ ସ୍କୁଟି କିଣିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସୁଜୁକି ଆକସେସ୍ ୧୨୫ ଏକ ଭଲ ବିକଳ୍ପ ହେବ। ଏହାର ଲୁକ ସହ ପାଓ୍ୱାର ମଧ୍ୟ ଦମଦାର ରହିଛି।

{"id":232398,"width":749,"height":440,"sizeSlug":"large"}

ସୁଜୁକି ବିଏସ ଆକସେସ୍ ୧୨୫ରେ ବିଏସ କମ୍ପ୍ଲାଇଣ୍ଟ୍ ଥିବା ଇଞ୍ଜୀନ ସହ ଅନେକ ଫିଚର୍ସ ରହିଛି। ଏଥିରେ ୧୨୪ ସିସିର ୪ ଷ୍ଟ୍ରୋକ ଇଞ୍ଜିନ ଥିବା ବେଳେ, ସିଙ୍ଗିଲ ସିଲିଣ୍ଡର, ଏୟାର କୁଲଡ୍ ଇଞ୍ଜିନ ରହିଛି। ଆହୁରି ମଧ୍ୟ ୬୭୫୦ ଆରପିଏମରେ ୮.୬ ବିଏଚପିର ପାଓ୍ୱାର ଓ ୫୫୦୦ ଆରପିଏମରେ ୧୦ ଏନଏମ ଟର୍କ ଜେନେରେଟ୍ ହୋଇଥାଏ। ଏହା ଆପଣଙ୍କୁ ଭଲ ମାଇଲେଜ୍ ମଧ୍ୟ ପ୍ରଦାନ କରିବ।

ଏହି ସ୍କୁଟରର ବ୍ରେକ କ୍ୱାଲିଟି ଅଧିକ ଭଲ ରହିଛି। ଏହାର ଫ୍ରଣ୍ଟରେ ଡିସ୍କ ବ୍ରେକ ଥିବା ବେଳେ ରିୟରରେ ଡ୍ରମ୍ ବ୍ରେକ ରହିଛି। ଗାଡିର ଗତି ଅଧିକ ଥିଲେ ମଧ୍ୟ ଏହାର ବ୍ରେକ ତୁରନ୍ତ କାର୍ଯ୍ୟକ୍ଷମ ହୋଇଥାଏ। ଏହାର ଫ୍ରଣ୍ଟରେ ଟେଲିସ୍କୋପିକ୍ ସସପେନସନ୍ ରହିଛି। ଯାହା ଖରାପ ରାସ୍ତାରେ ମଧ୍ୟ ଚାଳକଙ୍କୁ ଭଲ ରାଇଡିଂ ଏକପେରଏନ୍ସ ପ୍ରଦାନ କରିବ।

{"id":232400,"width":756,"height":497,"sizeSlug":"large"}

ନୂଆ ସୁଜୁକି ଆକସେସ ୧୨୫ର ଲମ୍ବା ୧୮୭ ସେମି ଥିବା ବେଳେ ଚଉଡା ୬୯ ସେମି ରହିଛି। ସେହିପରି ଏହାର ଉଚ୍ଚତା ମଧ୍ୟ ୧୧୬ ସେମି ରହିଛି। ଯାହାକୁ ଅଧିକ ଉଚ୍ଚତାର ବ୍ୟକ୍ତି ଆରାମରେ ଚଲାଇପାରିବେ। ସ୍କୁଟରର ଗ୍ରାଉଣ୍ଡ କ୍ଲିଅରାନ୍ସ ମଧ୍ୟ ୧୬ ସେମି ରହିଛି। ଏହାର ଓଜନ ୧୦୪ କେଜି ଥିବା ବେଳେ ଏହାର ଟ୍ୟାଙ୍କର କ୍ଷମତା ହେଉଛି ୫ ଲିଚର। ନୂଆ ଆକସେସର ମୂଲ୍ୟ ୬୪୮୦୦ ରୁ ୬୮୫୦୦ ଯାଏଁ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.