ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ସୁଜଲନ ଏନର୍ଜୀ କମ୍ପାନୀର ପ୍ରତିଷ୍ଠାତା ତଥା ଭାରତ ୱିଣ୍ଡ୍ ମ୍ୟାନ୍ ଭାବେ ପରିଚିତ ତୁଲ୍‌ସୀ ତନ୍ତିଙ୍କ ପରଲୋକ

2/10/2022 at 1:33 PM

ନୂଆଦିଲ୍ଲୀ: ସୁଜଲନ ଏନର୍ଜୀ କମ୍ପନୀର ପ୍ରତିଷ୍ଠତା ତଥା ଭାରତ ୱିଣ୍ଡ୍ ମ୍ୟାନ୍ ଭାବେ ପରିଚିତ ତୁଲ୍‌ସୀ ତନ୍ତିଙ୍କର ପରଲୋକ ହୋଇଛି। ଶନିବାର ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ୧୯୯୫ରେ କପଡ଼ା ବ୍ୟବସାୟୀ ଭାବେ ପରିଚିତ ଥିବା ତୁଲସୀ ଉର୍ଜା ଉତ୍ପାଦନ ଦିଗରେ କାମ ଆରମ୍ଭ କରିଥିଲେ। ନିଜ କପଡ଼ା କମ୍ପାନୀର ଆବଶ୍ୟକ ପଡ଼ୁଥିବା ଶକ୍ତିର ଅଭାବ ପୂରଣ କରିବା ପାଇଁ ସେ ପବନଶକ୍ତି ପ୍ରଡକ୍ସନ ଦିଗରେ କାମ ଆରମ୍ଭ କରି ସୁଜ୍‌ନୋ ଏନର୍ଜୀ ନାମକ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ ।

ଏହି କାମରେ ଏତେ ମଜିଗଲେ ଯେ ସେ ୨୦୦୧ରେ ନିଜର କପଡ଼ା ବ୍ୟବସାୟକୁ ବିକ୍ରି କରିଦେଲେ। ୨୦୦୩ରେ ତାଙ୍କ କମ୍ପାନୀ ସୁଜଲୋନ ଆମେରିକାରେ ଡାନମାର ଆଣ୍ଡ ଆସୋସିଏଟ୍ସ ପକ୍ଷରୁ ୨୪ ଟର୍ବାଇନ୍‌ ସପ୍ଲାଏ କରିବା ପାଇଁ ଅର୍ଡର ପାଇଥିଲା। ଏହିସବୁ ଟର୍ବାଇନ୍‌କୁ ସାଉଥଇଷ୍ଟର୍ଣ୍ଣ ମିନ୍ନେସୋଟାକୁ ରପ୍ତାନୀ ପାଇଁ ଟେଣ୍ଡର ଦିଆଯାଇଥିଲା। ଧୀରେ ଧୀରେ କମ୍ପାନୀ ବ୍ୟବସାୟ ବୃଦ୍ଧି ହୋଇ ବର୍ତ୍ତମାନ ସୁଜଲୋନ ଏନର୍ଜୀର ମାର୍କେଟ୍‌ ଭାଲ୍ୟୁ ୮,୫୩୫.୯୦ କୋଟି ରହିଛି।

ତନ୍ତିଙ୍କ ପରଲୋକ ପରେ କମ୍ପାନୀ ପରବର୍ତ୍ତୀ ଦାୟିତ୍ୱ ନେଇ ସୁଜନଲ ଏନର୍ଜୀ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କମ୍ପାନୀ କହିଛି “ଏଭଳି ଏଖ ଘଡ଼ସନ୍ଧୀ ମୁହୂର୍ତ୍ତରେ ବହୁ ଅନୁଭବୀ କମ୍ପାନୀ ଡାଇରେକ୍ଟର ଓ ବରିଷ୍ଠ ମ୍ୟାନେଜରମାନେ ଉଭୟ ମିଶି ଶ୍ରୀଯୁକ୍ତ ତନ୍ତିଙ୍କ କମ୍ପାନୀ ଓ ତାଙ୍କ ଭିଜନକୁ ଆଗକୁ ନେବେ। “

   Related Posts