oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ : ସହଯୋଗୀଙ୍କୁ କହିଥିଲେ ସକାଳୁ ଉଠାଇଦେବାକୁ , ହେଲେ ଯେତେ ଡାକିଲେ ଆଉ ଉଠିଲେନି…

9/10/2019 at 12:17 PM

କାମାକ୍ଷାନଗର ୯|୧୦:  ଢେଙ୍କାନାଳ ଜିଲ୍ଲା ସରାଙ୍ଗ ସ୍ଥିତ ଆଇଜିଆଇଟି କଲେଜ ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ ଜଣେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡର ମୃତ୍ୟୁ ହୋଇଛି ।ମୃତକ ହେଲେ ପରଜଙ୍ଗ ଥାନା ସରାଙ୍ଗ ଗ୍ରାମର ପ୍ରାଣବନ୍ଧୁ ବରାଳ । ପ୍ରାଣବନ୍ଧୁ ଦୁଇ ବର୍ଷ ଧରି ପାଣିନାଥ ସିକ୍ୟୁରିଟି ସଂସ୍ଥା ଅଧୀନରେ ରହି ଆଇଜିଆଇଟି କଲେଜ ଅଗ୍ନିଭବନ ଇଷ୍ଟ ହଷ୍ଟେଲରେ କାର୍ଯ୍ୟ କରୁଥିଲେ ।

ଗତ କାଲି ରାତି ୧୦ଟା ସମୟରେ ଡ୍ୟୁଟିକୁ ଆସି ହଷ୍ଟେଲ ମଧ୍ୟରେ ନିଜର ସହଯୋଗୀ  ଅଗ୍ନିଭବନ ଓ୍ବେଷ୍ଟର ସିକ୍ୟୁରିଟି ଗାର୍ଡ ଉଗ୍ରେସନ ରଣାଙ୍କ ସହିତ ରହିଥିଲେ । ଉଗ୍ରେସନଙ୍କ କହିବା ଅନୁଯାୟୀ ପ୍ରାଣବନ୍ଧୁ ରାତି ୧୨ଟା ବେଳେ ଅସୁସ୍ଥ ଅନୁଭବ କରି ବାନ୍ତି କରିଥିଲେ ଏବଂ ତାଙ୍କୁ ସକାଳେ ଉଠାଇଦେବା ପାଇଁ ସେ ନିଜର ସହଯୋଗୀଙ୍କୁ କହିଥିଲେ ।

କିନ୍ତୁ ସକାଳେ ସହଯୋଗୀ ତାଙ୍କୁ ଉଠାଇଥିଲେ ମଧ୍ୟ ସେ ଆଉ ଉଠିନଥିଲେ । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟା ସତ୍ୟ ଜଣା ପଡିବ ବୋଲି କହିଛନ୍ତି ସରାଙ୍ଗ ଫାଣ୍ଡି ଅଧିକାରୀ ।

   Related Posts