ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Published By : Prameya-News7 Bureau | October 22, 2022 IST

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରେଙ୍ଗାଳବାହାଳ ଗ୍ରାମର ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ରେଙ୍ଗାଳବାହାଳ ଗ୍ରାମର ମଙ୍ଗଳୁ ଭଇଁଷା ଙ୍କ ପୁଅ ତିରିଶି ବର୍ଷ ବୟସ୍କ ଦିବସ ଭଇଁଷା । ଦିବସଙ୍କ ମୃତ ଦେହ ବାରକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଥିବା ଏକ ପୋଲ ତଳୁ ଉଦ୍ଧାର କରାଯାଇଛି ।

ଦିବସଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିବା ବେଳେ ପରିବାର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି। ମୃତ ଦିବସ ଗୋଳାବନ୍ଧ ଗ୍ରାମରେ ଏକ ଢାବାରେ ରୋଷେଇଆ ଭାବେ କାର୍ଯ୍ୟ କରୁଥିଲେ। ବାରକୋଟ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଯୁବକ କେଉଁ ପରିସ୍ଥିତିରେ ଘଟଣାସ୍ଥଳରେ ପହଞ୍ଚିଲେ ସେ ନେଇ ତଦନ୍ତ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.