ସନ୍ଦେହ ଘେରରେ ନବବଧୂଙ୍କ ମୃତ୍ୟୁ; ଅଭିଯୁକ୍ତକୁ ଗିରଫ ଦାବିରେ ଥାନା ଆଗରେ ଧାରଣା

Published By : Prameya-News7 Bureau | August 09, 2022 IST

ନୀଳଗିରି ୦୯/୦୮: ବାହାଘରକୁ ବର୍ଷେ ପୁରିନି। ଅକାଳରେ ଚାଲିଗଲା ନବବଧୂଙ୍କ ଜୀବନ। ତାଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ ରହିଛି। କିନ୍ତୁ ଅନ୍ୟପଟେ ମୃତ ମହିଳାଙ୍କ ବାପଘର ଲୋକ ଝିଅକୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଘଟଣାରେ ନ୍ୟାୟ ପାଇବା ଓ ଅଭିଯୁକ୍ତକୁ ଉଚିତ ଶାସ୍ତି ମିଳିବା ଦାବିରେ ମହିଳାଙ୍କ ବାପ ଘର ଲୋକ ମଙ୍ଗଳବାର ନୀଳଗିରି ଥାନା ଆଗରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି।

ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ବାଉଁଶବଣିଆ ପଞ୍ଚାୟତ ମାନଗଡ଼ରେ ସୋମବାର ଜଣେ ନବ ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମଧୁସ୍ମିତା।  ସେ ପ୍ରଫୁଲ୍ଲ କୁମାର ବାରିକଙ୍କ ସ୍ତ୍ରୀ। ଖବର ଅନୁସାରେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗେଣ୍ଡାଗଡ଼ିଆର ଅଜୟ କୁମାର ବାରିକଙ୍କ ଝିଅ ମଧୁସ୍ମିତାଙ୍କୁ ପ୍ରଫୁଲ୍ଲ ବିବାହ କରିଥିଲେ। ସୋମବାର ସନ୍ଧ୍ୟାରେ ମଧୁସ୍ମିତାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି।

ମଧୁସ୍ମିତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ନୀଳଗିରି ପୋଲିସ ତଦନ୍ତ ଚଳାଇଛି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ଅନ୍ୟପଟେ ସାଇଣ୍ଟିଫିକ ଟିମ୍‌ ଆସି ତଦନ୍ତ ପରେ ମୃତ ଦେହର ବେକ ଓ ଶରୀରରେ ଦାଗଥିବା ଜଣାପଡ଼ିଛି। ମୃତକଙ୍କୁ ଶାବଳ ପକାଇ ମାରିଦେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିରେ ବାପଘର ଲୋକେ ନୀଳଗିରି ଥାନା ଆଗରେ ଧାରଣା ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.