ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ବି ରହସ୍ୟ ଉପରୁ ହଟୁନି ପରଦା : MKCG ବଦଳରେ SCB ସ୍ଥାନାନ୍ତର ପାଇଁ କାହିଁକି ନିଷ୍ପତ୍ତି ନେଲେ ବିଦ୍ୟାଭାରତୀ ? କ’ଣ ଥିଲା ତାଙ୍କ ଉଦ୍ଦେଶ୍ୟ ?

Published By : Prameya-News7 Bureau | July 27, 2021 IST

ଗଜପତି ୨୭।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଲାଣି । ସୋମବାର ତାଙ୍କ ପରିବାରଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତାନ୍ତର ମଧ୍ୟ କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏବେ ଆହୁରି ଅନେକ ପ୍ରଶ୍ନ ଉଙ୍କି ମାରୁଛି ।

ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ଯଦି ସୌମ୍ୟଙ୍କ ଶରୀରର ୯୫%  ପୋଡ଼ି ଯାଇଥିଲା ଏଭଳି ପରିସ୍ଥିତିରେ ପାରଳାଖେମୁଣ୍ଡିରୁ କଟକ ସ୍ଥାନାନ୍ତର କରାଗଲା କିପରି ? ଡାକ୍ତର କିଭଳି ସ୍ଥାନାନ୍ତର ପାଇଁ ଅନୁମତି ଦେଲେ ? ସୌମ୍ୟଙ୍କ ଚିକିତ୍ସା ପାଇଁ ଏମକେସିଜି ବଦଳରେ ଏସସିବି ନେବା ପାଇଁ ବିଦ୍ୟାଭାରତୀ କାହିଁକି ନିଷ୍ପତ୍ତି ନେଲେ ? କ’ଣ ତାଙ୍କ ଉଦ୍ଦେଶ୍ୟ ଥିଲା ? କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଲେ ?

ପୂର୍ବରୁ ବିଦ୍ୟାଭାରତୀଙ୍କ ୩ଟି ଚିଠିରେ ସୌମ୍ୟଙ୍କ ପ୍ରତି ତାଙ୍କର ବିତୃଷ୍ଣା ଭାବ ପରିପ୍ରକାଶ କରିଥିବା ଉଲ୍ଲେଖ ଅଛି । ତେବେ ସୌମ୍ୟଙ୍କୁ ଯୋଜନା ବଦ୍ଧ ଭାବେ ବିଦ୍ୟାଭାରତୀ ହତ୍ୟା କରିବାର ଯୋଜନା କରିନଥିଲେ ତ ? ଏଭଳି ଅନେକ ପ୍ରଶ୍ନ ଉଠଛି ।

ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୋଲିସ ପାରଳାଖେମୁଣ୍ଡି ମେଡିକାଲ କର୍ତ୍ତୃପକ୍ଷ କେହି ମୁହଁ ଖୋଲୁନାହାନ୍ତି । ଘଟଣା ଯେତେ ଘନଉଛି ନୂଆ ନୂଆ ଚର୍ଚ୍ଚା ଯୋଡି ହେଉଛି । ସେପଟେ କିନ୍ତୁ ପୋଲିସ ପୋଷ୍ଟମର୍ଟମ ପରେ ଆଭାସ ବି ଦେଉନି ଏହା ହତ୍ୟା ନା' ଆତ୍ମହତ୍ୟା ।ତେବେ ପୋଲିସର ତଦନ୍ତ ଦିଗ କ’ଣ ହେବ ତାହା ଦେଖିବା ବାକି ରହିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.