ରହସ୍ୟ ଘେରରେ ବଲାଙ୍ଗିର ଚିମିନିଭାଟି ପଡ଼ା ଶିଶୁ ମୃତ୍ୟୁ ଘଟଣା ; ଗୁଣିଗାରେଡି ନା ପାଣିରେ ବୁଡି ପ୍ରାଣ ହରାଇଛି ଶିଶୁ ?

Published By : Prameya-News7 Bureau | May 28, 2019 IST

ବଲାଙ୍ଗିର ୨୮|୫: ଏବେ ବି ରହସ୍ୟ ଘେରରେ ବଲାଙ୍ଗିର ଚିମିନିଭାଟି ପଡ଼ା ଶିଶୁ ମୃତ୍ୟୁ ଘଟଣା । ସତରେ କଣ ଗୁଣି ଗାରେଡ଼ି ପାଇଁ ନିଷ୍ପାପ ଶିଶୁଟିକୁ ମାରିଦିଆଗଲା ?  ନା ପାଣିରେ ବୁଡ଼ି ସେ ପ୍ରାଣ ହରାଇଛି । ପୋଲିସ ସତ ଖୋଳତାଡ଼ କରୁଥିବା ବେଳେ ମୃତ ଶିଶୁର ପରିବାର ଲୋକେ ଏସପିଙ୍କ ଦ୍ବାରସ୍ଥ ହୋଇଛନ୍ତି ।

{"id":116951}

ପାଣିରେ ବୁଡି ପ୍ରାଣ ହରାଇଲା  ନା ଗୁଣିଗାରେଡି ପାଇଁ ମାରିଦିଆଗଲା  ? କେମିତି ହେଲା ନିଖୋଜ ଶିଶୁର ମୃତ୍ୟୁ ?  ସକାଳୁ ଖେଳିବାକୁ ଗଲା । ହେଲେ ଆଉ ଘରକୁ ଫେରିଲା ନାହିଁ । ବଲାଙ୍ଗିର ଚିମିନିଭାଟି ପଡ଼ାର ନିଖୋଜ ଶିଶୁ କେମିତି ପ୍ରାଣ ହରାଇଲା ? ଗୁଣିଗାରେଡ଼ି କରି ଶିଶୁଟିକୁ ମାରିଦିଆଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ତେଣେ ପୋଷ୍ଟ ମର୍ଟମ ରିପୋର୍ଟ କହୁଛି କଣ ନା ପାଣିରେ ବୁଡ଼ି ଶିଶୁଟିର ମୃତ୍ୟୁ ହୋଇଛି । ହେଲେ ପୋଷ୍ଟ ମର୍ଟମ ରିପୋର୍ଟକୁ ମାନିବାକୁ ନାରାଜ ପରିବାର ଲୋକେ । ଆଜି ମୃତ ଶିଶୁର ପରିବାର ଲୋକେ ଏସପିଙ୍କ ଦ୍ବାରସ୍ଥ ହେବା ସହ ଅଧିକ ତଦନ୍ତ ପାଇଁ ଗୁହାରି କରିଛନ୍ତି ।

{"id":116952}

ମୃତ ଶିଶୁର ଶରୀରରୁ ବିଭିନ୍ନ ନମୁନା ଅଧିକ ତଦନ୍ତ ପାଇଁ ଲେବୋରଟୋରିକୁ ପଠାଇଛି ପୋଲିସ । ସେପଟେ ଗୁଣିଗାରେଡି ପାଇଁ ହତ୍ୟା କରାଯାଇଥିବା  ଅଭିଯୋଗ  ହୋଇଥିବାରୁ ସେଦିଗରେ ଚିମନିଭାଟି ପଡା ଲକ୍ଷ୍ମୀ ନଗରବାସୀଙ୍କୁ ଅଧିକ ପଚରାଉଚୁରା କରୁଛି ପୋଲିସ । ତେବେ ଶିଶୁର ମୃତ ଦେହ ପଡିଥିବା ଜାଗାରେ ବଳିପାଇଁ ବ୍ୟବହାର କରାଯାଉଥିବା ସାମଗ୍ରୀ ମିଳିନାହିଁ । ତେଣୁ ପାଣିରେ ବୁଡ଼ି ଶିଶୁଟିର ମୃତ୍ୟୁ ହୋଇଥିବା ଅନୁମାନ କରୁଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.