previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା : ନୀତୀଶ କୁମାରଙ୍କ ଅଷ୍ଟମ ପାଳି, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
  • ||
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୩ କୋଭିଡ୍ ପଜିଟିଭ୍
  • ||
  • ବ୍ରହ୍ମପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡିଲା ସୁନା ତସ୍କରୀ, ୨୦ ସୁନା ବିସ୍କୁଟ ଜବତ
  • ||
  • ସୋର : ଭାରସାମ୍ୟ ହରାଇ ଓଲଟିଲା ତୀର୍ଥଯାତ୍ରୀ ବସ୍, ୩୦ରୁ ଅଧିକ ଆହତ
  • ||

ଅଚାନକ ଅପସରା ରାଣୀଙ୍କ ଟ୍ବିଟ୍‌ର ଆକାଉଣ୍ଟକୁ କରାଗଲା ସସ୍‌ପେଣ୍ଡ୍‌

17/08/2020 at 8:51 PM

ଭୁବନେଶ୍ବର୧୭/୮: ସୋସିଆଲ ମିଡିଆରେ ଚହଳ ପକାଇଥିବା ଅପସରା ରାଣୀଙ୍କ ଟ୍ବିଟ୍‌ର ଆକାଉଣ୍ଟକୁ କରାଗଲା ସସ୍‌ପେଣ୍ଡ୍।  ସୋସିଆଲ ମିଡିଆରେ ନିୟମ ଭାଙ୍ଗିଥିବା ବା ଭାଓଲେସନ ସୃଷ୍ଟି କରିଥିବା ଅଭିଯୋଗରେ ତାଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଥିବା  ଜଣାପଡିଛି। ଅପସରା ରାଣୀଙ୍କ  ଅଫିସିଆଲି ଟ୍ବିଟ୍‌ର ଆକାଉଣ୍ଟଟି ହେଉଛି, @apsara_rani_। 

ଏହି ଆକାଉଣ୍ଟରେ ତାଙ୍କର 45k ଫଲୋର୍ସ ଥିଲେ।  ବିଭିନ୍ନ ସମୟରେ ଅପସରାଙ୍କୁ ନେଇ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରୁଥିଲେ। ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅଚାନକ ତାଙ୍କ ଅଫିସିଆଲି ଟ୍ବିଟ୍‌ର ଆକାଉଣ୍ଟକୁ ସସ୍‌ପେଣ୍ଡ କରାଯାଇଛି।

ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଅପସରାଙ୍କ ଫିଲ୍ମ ଥ୍ରୀଲର ରିଲିଜ ହୋଇଥିଲା। ବଲିଉଡ୍‌ର ପ୍ରସିଦ୍ଧ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ। ତାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଡେଞ୍ଜରସ୍ ରେ ମଧ୍ୟ ଅପସରା ଏବଂ ନୈନା ଗାଙ୍ଗୁଲି ଅଭିନୟ କରିଛନ୍ତି। ଏପରି କି ଥ୍ରୀଲର ଫିଲ୍ମକୁ ନେଇ ଓଡିଶାର ହିନ୍ଦୁ ସଂଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଏହି ଫିଲ୍ମରେ ଅଶ୍ଳୀଳତାକୁ ପ୍ରାଧନ୍ୟ ଦିଆଯାଇଛି। ଥ୍ରୀଲୀର ଫିଲ୍ମରେ ଅଙ୍ଗପ୍ରଦର୍ଶନ କରାଯାଉଥିବା ସିନ୍‌ରେ ହିନ୍ଦୁ ସମାଜର ଦେବାଦେବୀଙ୍କ ନାଁ ଉଚ୍ଚାରଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଥ୍ରୀଲର ଫିଲ୍ମରେ ଓଡିଆ ପୁଅ ରକ କଚ୍ଚି ଏବଂ ଓଡିଆ ଝିଅ ଅପସରା ରାଣୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

   Related Posts