ଆତଙ୍କବାଦୀ ଲିଙ୍କ୍ ଅଭିଯୋଗରେ ଗିରଫ ଡି.ଏସ୍.ପିଙ୍କୁ ସସ୍‌ପେଣ୍ଡ୍

Published By : Prameya-News7 Bureau | January 15, 2020 IST

ନୂଆଦିଲ୍ଲୀ୧୫/୧: ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା ଜାମ୍ମୁ ଓ କାଶ୍ମୀର ଡି.ଏସ୍.ପି.ଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ତାଙ୍କୁ ଚାକିରୀରୁ ବହିଷ୍କାର ପାଇଁ ମଧ୍ୟ ସୁପାରିଶ କରାଯାଇଛି । ଏଥିସହିତ ତାଙ୍କ ବିରୋଧରେ ଆସିଥିବା ଦେଶଦ୍ରୋହ ଅଭିଯୋଗର ଏନ୍.ଆଇ.ଏ ତଦନ୍ତ କରୁଛି । ଦବିନ୍ଦର ସିଂଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି । ଏଠାରୁ ସେନାର ଏକ ନକ୍ସା ଜବତ କରାଯାଇଛି । ଦବିନ୍ଦର କି କି କାର୍ଯ୍ୟରେ ଲିପ୍ତ ଥିଲେ ସେନେଇ ଚାଲିଛି ଖୋଳତାଡ଼ ।

ଦବିନ୍ଦର ସିଂ ସହ ଗିରଫ ହୋଇଥିବା ହିଜବୁଲ ଆତଙ୍କୀ ନବିଦ୍ କୁ ପଚରା ଉଚରା ଚାଲିଛି । ତାଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି ଯାଞ୍ଚ ଅଧିକାରୀ । ନବିଦ୍ ର ଭାଇ ଚଣ୍ଡିଗଡରେ ପଢୁଛି ।  ତାର ମା ବାପା ଦିଲ୍ଲୀରେ ରହୁଛନ୍ତି । ପଚରାଉଚାରରୁ ଜଣା ପଡିଛି ଯେ ନବିଦ ବାପା ମାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଥିଲା । ଗତ ବର୍ଷ ସେମାନଙ୍କ ସହ ସମୟ ବି କଟାଇଥିଲା । ଏହି ସମୟରେ ଡି.ଏସ୍.ପି ଦବିନ୍ଦର ସିଂ ତାକୁ ସାହାଯ୍ୟ କରିଥିଲେ । ନବିଦ୍ କାଶ୍ମୀରରେ ଆତଙ୍କବାଦୀଙ୍କ ଫଣ୍ଡିଂ ସଂପର୍କରେ ଅନେକ ତଥ୍ୟ ଦେଇଛି । ଏହି ଫଣ୍ଡିଂ ସ୍ଥାନୀୟ ଅଞ୍ଚଳରୁ ବିଭିନ୍ନ ଉପାୟରେ ଆଦାୟ ହେଉଥିଲା ।
ଯାଞ୍ଚ ଅଧିକାରୀମାନେ ଆର୍ମ ସପ୍ଲାୟାର ଏବଂ କୋରିଅର୍ ସଂପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇଛନ୍ତି ।ଦବିନ୍ଦର ସିଂ ଆତଙ୍କବାଦୀଙ୍କ ସହ ମିଶି ଦିଲ୍ଲୀରେ ଆତଙ୍କୀ ହମ୍ ଲା କରିବାର ସାଜିସ କରୁଥିବା ନେଇ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ତା ନିଶାନାରେ ଜମ୍ମୁ, ପଞ୍ଜାବ ଏବଂ ଚଣ୍ଡୀଗଡ଼ ବି ଥିଲା । ଏପରିକି ରାଜ୍ୟ ବାହାରେ ଆତଙ୍କୀ ହମଲା ପାଇଁ ପ୍ଲାନ ଥିଲା ବୋଲି ଯାଞ୍ଚ ଅଧିକାରୀ ସୂଚନା ପାଇଛନ୍ତି । ସେଥିପାଇଁ ସେ ଆହୁରି କିଛି ଆତଙ୍କବାଦୀଙ୍କୁ ସାମିଲ କରିବାକୁ ଯୋଜନା କରିଥିଲା । ଏବାପୂର୍ବରୁ ତାକୁ ଗିରଫ କରି ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.