ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିଜେପି ବିଧାୟକ ଟି. ରାଜା ସିଂହଙ୍କୁ ସର୍ତ୍ତମୂଳକ ଜାମିନ ଦେଲେ ହାଇକୋର୍ଟ

9/11/2022 at 9:50 PM

ହାଇଦ୍ରାବାଦ: ନିଲମ୍ବିତ ବିଜେପି ବିଧାୟକ ଟି. ରାଜା ସିଂହଙ୍କୁ ମିଳିଲା ଜାମିନ। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଗିରଫ ହୋଇଥିଲେ ରାଜା ସିଂହ। ଆଜି ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ସର୍ତ୍ତମୁଳକ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ରାଜାଙ୍କ ବିରୋଧରେ ହୋଇଥିବା ପ୍ରିଭେଣ୍ଟିଭ୍‌ ଡିଟେନସନ ଆକ୍ଟ(ବିବାଦୀୟ ବୟାନ ଦେଇ ଅଶାନ୍ତି ସୃଷ୍ଟି କରିବାରେ ରୋକିବା ପାଇଁ ଜେଲ୍)ରେ ହୋଇଥିବା ମାମଲାକୁ ଖାରଜ କରିଦେଇଛନ୍ତି ବୋଲି ତାଙ୍କ ଓକିଲ କରୁଣା ସାଗର କହିଛନ୍ତି।

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଗଷ୍ଟ ମାସରେ ଗିରଫ ହୋଇଥିଲେ ଟି ରାଜା ସିଂହ। ବିବାଦୀୟ ବୟାନ ପରେ ରାଜାଙ୍କ ବିରୋଧରେ ହାଇଦ୍ରାବାଦର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ତାଙ୍କ ବିରୋଧରେ ମାମଲା ହୋଇଥିଲା। ଏହି ମାମଲାରେ ବିଜେପି ମଧ୍ୟ ତାଙ୍କୁ ନିଲମ୍ବିତ କରିଛି।  

ଘୋଶମାଲାର ବିଧାୟକ ରାଜା ସିଂହ ପ୍ରଫେଟ ମହମ୍ମଦଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ସୋସିଆଲ୍‌ ମିଡିଆରେ ଏକ ଭିଜିଓ ଛାଡ଼ିଥିଲେ। ଯେଉଁଥିରେ ସେ ଇସ୍‌ଲାମ ଓ ମୁସ୍ଲିମ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

କୋର୍ଟଙ୍କ ସର୍ତ୍ତ-

ତେଲେଙ୍ଗାନା ହାଇକୋର୍ଟ ରାଜାଙ୍କୁ ବେଲ୍ ଦେବା ସହିତ ଅନେକ ସର୍ତ୍ତ ରଖିଛନ୍ତି। ଜେଲ୍‌ରୁ ମୁକୁଳିବା ପରେ ତାଙ୍କୁ ସ୍ୱାଗତଯୁକ୍ତ କୌଣସି ରାଲି କରିବେନି ବୋଲି ମନା କରିଛନ୍ତି କୋର୍ଟ। ତା ସହିତ ସାମ୍ବାଦିକ ସମ୍ମିଳନୀ କରିପାରିବେନି କି ସୋସିଆଲ୍ ମିଡିଆରେ କୌଣସି ଆପତ୍ତିକର ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି।

   Related Posts