ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ; ସ୍ୱାମୀ ଓ ଶଶୁରଙ୍କୁ ଅଟକ ରଖିଛି ପୋଲିସ
26/05/2023 at 7:28 PM

କେନ୍ଦ୍ରାପଡ଼ା ୨୬/୦୫: ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ। ଫଳରେ ନେଇ ସ୍ବାମୀ, ଶଶୁରଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ କଳ୍ପନା ସୂର। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଜମ୍ବୁ ଗାଁରେ ଘଟିଛି।
ଖବର ଅନୁସାରେ, ଶୁକ୍ରବାର ସକାଳେ କଳ୍ପନା ଫାଶି ଦେଇ ଆତ୍ମହତ୍ୟା କରିଥିବା ତାଙ୍କ ବାପଘରକୁ ଖବର ପହଁଚିଥିଲା। ଫଳରେ ତାଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ସ୍ବାମୀ, ଶଶୁର କଳ୍ପନାକୁ ପିଟି ପିଟି ମାରି ଦେଇଛନ୍ତି ପରିବାର ଲୋକ ଏତଲାରେ ଦର୍ଶାଇଛନ୍ତି। ଏହାପରେ ପୋଲିସ କଳ୍ପନାଙ୍କ ସ୍ବାମୀ ମାନସ ଏବଂ ଶଶୁର ଅନୀଲକୁ ଅଟକ ରଖି ପଚରାଉଚରା କରୁଛି। ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ପୋଲିସ ଶବ ଜବତ କରି କଳ୍ପନାର ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପ୍ରକାଶ କରିଛି।
ସୂଚନା ଥାଉକି, ବଡଦାଣ୍ଡୁଆ ଗାଁର ଉମାକାନ୍ତ ଗିରିଙ୍କ ଛିଅ କଳ୍ପନା ମାନସଙ୍କୁ ୨୦୨୦ରେ ବୈଦିକ ରିତିନୀତିରେ ବିବାହ କରିଥିଲେ। ବିବାହର ଏକ ବର୍ଷ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ସୁଖମୟ ଥିଲା। ପରେ ମାନସ ଅନ୍ୟ ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ବୃଦ୍ଧି ପାଇଥିଲା। ମାନସ ସେସବୁ ଖାତିର୍ ନକରି ଘରୁ ଆସବାସ ପତ୍ର ଓ ଅଳଙ୍କାର ବିକ୍ରି କରି ଜୁଆ ଖେଳିବା ସହିତ ମଦ୍ୟ ପାନ କରି ଘରକୁ ଆସୁଥିଲା। ସ୍ବାମୀଙ୍କ ଏଭଳି କାର୍ଯ୍ୟକୁ ବିରୋଧ କଳ୍ପନା ବିରୋଧ କରୁଥିଲେ। ଫଳରେ ମାନସ ସ୍ତ୍ରୀ କଳ୍ପନାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିଲେ।