ଯୁବତୀଙ୍କ ମୃତ୍ୟୁ ଘଟଣାରେ ବଢୁଛି ସସପେନ୍ସ, ଉଦ୍ଧାର ନାବାଳକଙ୍କ ନିକଟରେ ଅଟକିଛି ତଦନ୍ତ

Published By : Prameya-News7 Bureau | June 14, 2023 IST

ଉଦଳା ୪।୬: ବିଲ ଭିତରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ବଢ଼ିବାରେ ଲାଗିଛି ସସପେନ୍ସ । ଘଟଣାରେ ରହିଛି ଅନେକ ଟ୍ଵିଷ୍ଟ । ପୋଲିସ ଘଟଣାର ଖୋଳତାଡ଼ କରୁଥିବା ବେଳେ ଉଦ୍ଧାର ନାବାଳକଙ୍କ ନିକଟରେ ଅଟକିଛି ତଦନ୍ତ ।

{"id":803158,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଖୁଣ୍ଟା ଥାନା ଟିଟିଆ ଛକ ନିକଟରେ ଏକ ବିଲ ଭିତରୁ ଜଣେ ଯୁବତୀ ବହଳଦା ଗ୍ରାମର ରଇବାରି ସିଂଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିଲା । ଏହାସହିତ ଘଟଣାସ୍ଥଳରୁ ଜଣେ ନାବାଳକଙ୍କୁ ମୁମୂର୍ଷୁ ଅବସ୍ଥାରେ ପୋଲିସ ଉଦ୍ଧାର କରି ଖୁଣ୍ଟା ଥାନାରେ ଭର୍ତ୍ତି କରିଛି । ପାରିପାର୍ଶ୍ଵିକ ଅବସ୍ଥାରୁ ଏହା ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଥିବା ବେଳେ ପୁରା ଘଟଣାର ଖିଅ ଖୋଜି ପାଉନାହିଁ ପୋଲିସ । ପୁରା ଘଟଣାର ଜଣେ ସାକ୍ଷୀ ବୋଲି କୁହାଯାଉଥିବା ନାବାଳକ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ନାବାଳକ ଜଣଙ୍କ କିଛି କଥା କହୁନଥିବା ବେଳେ କେବଳ କାନ୍ଦି ଚାଲିଛନ୍ତି । ତେବେ ଯୁବତୀଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ପୋଲିସ ଏହି ଘଟଣାରେ ସନ୍ଦେହରେ ୨ ରୁ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ।  ତେବେ ଯୁବତୀଙ୍କ ହତ୍ୟା ପଛର କାରଣକୁ ନେଇ ସସପେନ୍ସ ବହୁତ ବଢିଛି । ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଏବଂ ଗୁରୁତର ନାବାଳକଙ୍କୁ କେହି ଦୁର୍ବୃତ୍ତ ଗୁରୁତର ଭାବେ ଆକ୍ରମଣ କରିଥିବା ଅନୁମାନ କରୁଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/big-accident-averted-due-to-presence-of-driver/","type":"wp-embed","providerNameSlug":"prameya-news-7"}
https://www.prameyanews7.com/big-accident-averted-due-to-presence-of-driver/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.