ଚିଲିକାରେ ସି ପ୍ଲେନ ଉଡିବା ଗୁଜବ ନା ସତ ? ହେଉନି ସଷ୍ଟ : ସତ ହୋଇଥିଲେ ସାଂଘାତିକ
16/09/2018 at 5:48 PM

ଭୁବନେଶ୍ବର୧୬|୯: ଚିଲିକାରେ ସି ପ୍ଲେନ ଅବତରଣ ହେବା ଖବରକୁ ନେଇ ଆରମ୍ଭ ହୋଇଛି ତନା ଘନା । ସି ପ୍ଲେନ ଚିଲିକାରେ ଅବତରଣ କରିଛି କି ନାହିଁ ନା ତାହା କେହି ସ୍ପଷ୍ଟ କରୁନାହାନ୍ତି। ସେପଟେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହୋଇପଡିଛନ୍ତି । ଚିଲିକାରେ ସି ଏରୋଡ୍ରମ ହେବା ନେଇ କେନ୍ଦ୍ର ଓ ରାଜ୍ୟ ମୁହାଁମୁହିଁ ହେବା ପରେ ପ୍ରକଳ୍ପ ବନ୍ଦ ଘୋଷଣା କରିସାରିଛି କେନ୍ଦ୍ର । ତଥାପି ଚିଲିକାରେ ସି ପ୍ଲେନ ଉଡ଼ିବା ଖବର ପରେ ନାନା ଗୁଜବ ଉଡ଼ୁଛି ତାକୁ ନେଇ ନାନା ବୟାନ ବାଜି ବି ଆସୁଛି ।
ସତରେ କଣ ଚିଲିକାରେ ଉଡିଲା ସିପ୍ଲେନ । ଯଦି ଉଡିଲା ତେବେ କାହାର ଏ ସିପ୍ଲେନ । ଚିଲିକାରେ ସି ପ୍ଲନ ଉଡିବାକୁ ଅନୁମତି ଦେଲା କିଏ । ଚିଲିକାରେ ସି ଏରୋଡ୍ରମ ହେବନି ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଘୋଷଣା କରି ସାରିଛି । ଏଭଳି ସ୍ଥିତିରେ ଶନିବାର ଚିଲିକାରେ ସି- ପ୍ଲେନ ଅବତରଣ କରିବା ନେଇ ଖବର ନାନା ଚର୍ଚ୍ଚାକୁ ଜନ୍ମ ଦେଇଛି । ନା କେହି ଏହାକୁ ଦେଖିଛି ନା କେହି ଏହାର ଫଟୋ ବି ନେଇଛି। କିନ୍ତୁ ଚାରିଆଡ଼େ କୋକୁଆ ଭୟ। ଚିଲିକାର ଅରଖକୁଦା ଅଞ୍ଚଳରେ ସିପ୍ଲେନ ଅବତରଣ କରିବା କୁହଯାଉଛି । ଶନିବାର ଚିଲିକା ଉପରେ ପ୍ରବଳ ଶବ୍ଦ କରି ଏକ ପ୍ଲେନ ଅବତରଣ କରିଥିବା କିଛି ଲୋକେ କହୁଥିବା ବେଲେ ଆଉ କିଛି ଲୋକଙ୍କ କହିବା କଥା ସେମାନେ ଶବ୍ଦ ଶୁଣି ଏହା ସିପ୍ଲେନ ହେଇଥିବ ବୋଲି ଭାବୁଛନ୍ତି ।
ବିଭିନ୍ନ କଥାରେ କେନ୍ଦ୍ର ରାଜ୍ୟର ଟଣା ଓଟରା ଚାଲିଛି। ଏଥିରେ ବି ରହିଛି। ସି ପ୍ଲେନ ପ୍ରସଙ୍ଗକୁ ନେଇ ବିବାଦ ଥମି ଆସିଥିବା ବେଳେ ଏହି ଚର୍ଚ୍ଚ ନିଆଁରେ ଘିଅ ଢାଳିଛି। ସଂସ୍କୃତି ମନ୍ତ୍ରୀ କହିଛନ୍ତି ସତରେ ଯଦି ସିପ୍ଲେନ ଚିଲିକାରେ ଉଡିଥିବ ତେବେ ତାହା ଗ୍ରହଣୀୟ ନୁହେଁ । ଏ ସଂପର୍କରେ ସେ ଜଙ୍ଗଲ ଓ ପରିବେଶ ବିଭାଗକୁ ଜଣାଇବେ । ସେପଟେ ସିପ୍ଲେନ ଉଡିବା ନେଇ ଅନୁଧ୍ୟାନ ହେବ ବୋଲି କହିଛି ଚିଲିକା ଉନ୍ନୟନ କତୃପକ୍ଷ । ବାସ୍ତବରେ ଏହା ସି ପ୍ଲେନ ନା କୋଷ୍ଟଗାର୍ଡର ପାଟ୍ରୋଲିଙ୍ଗ ପ୍ଲେନ ସେନେଇ ବି ଖୋଲତାଡ
ସେପଟେ ଏହାକୁ ନେଇ ଅରଖକୁଦା ସାମୁଦ୍ରିକ ଥାନା ପକ୍ଷରୁ କୁହାଯାଇଛି ଯେ,ସେମିତି କିଛି ସୂଚନା ଥାନରେ ନାହିଁ । ଚିଲିକାରେ ସି ପ୍ଲେନ କେଉଁଠୁ ଆସିଲା ନା ଏହା ଗୁଜବମାତ୍ର ତାହା ସ୍ପଷ୍ଟ ହେବା ଦରକର ।