ବାପ-ଝିଅଙ୍କ ପବିତ୍ର ସଂପର୍କରେ କଳଙ୍କ ବୋଳିଲା ଜ୍ବାଇଁ, ଶ୍ବଶୁରଙ୍କୁ କଲା ଏସିଡ୍‌ ମାଡ଼

Published By : Prameya-News7 Bureau | January 14, 2020 IST

ଗୁଜୁରାଟ୧୪/୧: ସାମ୍ନାକୁ ଆସିଲା ଲଜ୍ଜାଜନକ ଘଟଣା। ଶ୍ବଶୁରଙ୍କୁ ଏସିଡ୍‌ ମାଡ଼ କଲା ଜ୍ବାଇଁ। ପତ୍ନୀଙ୍କୁ ସନ୍ଦେହ କରି ଜ୍ବାଇଁ ଏଭଳି ଅଭାବନୀୟ ଘଟଣା ଘଟାଇଛି। ବାପା-ଝିଅଙ୍କ ପବିତ୍ର ସଂପର୍କରେ କଳଙ୍କ ବୋଳିଲା ଅଭିଯୁକ୍ତ ଜ୍ବାଇଁ। ବାପ-ଝିଅଙ୍କ ମଧ୍ୟରେ ଅବୈଧ ସଂପର୍କ ଥିବା ନେଇ ଜ୍ବାଇଁ ସନ୍ଦେହ କରିଥିଲା। ଶେଷରେ ପ୍ରତିଶୋଧ ନେବା ପାଇଁ ଅଭିଯୁକ୍ତ ଜ୍ବାଇଁ ନିଜ ଶ୍ବଶୁରଙ୍କୁ ଏସିଡ୍‌ ମାଡ଼ କରିଥିଲା। ଗୁଜୁରାଟର ଏକ ଛୋଟ ଗାଁରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

{"id":211360,"sizeSlug":"large"}

ସୂଚନାଯୋଗ୍ୟ ଯେ ୨ ବର୍ଷ ତଳେ କେତନଭାଇଙ୍କ ଝିଅ ଆଭା ଅଭୟଙ୍କୁ ବିବାହ କରିଥିଲେ। ଗର୍ଭବତୀ ଅବସ୍ଥାରେ ଆଭା ନିଜ ବାପଘରକୁ ଚାଲି ଯାଇଥିଲେ। ବାପଘରେ ତାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। କିଛି ମାସ ପରେ ସ୍ବାମୀଙ୍କ ପାଖକୁ ଆଭା ଫେରିଥିଲେ। ହେଲେ ତାଙ୍କ ସ୍ବାମୀଙ୍କ ସମେତ ଶ୍ବଶୁର ଘର ଲୋକ ଆଭାଙ୍କୁ ଫେରାଇ ଦେଇଥିଲେ। ଘରେ ରହି ପାରିବ ନାହିଁ ରୋକଠୋକ୍ ମନା କରି ଦେଇଥିଲେ। ଏହା ପରେ ବାପାଙ୍କ ଘରକୁ ଆଭା ଫେରି ଯାଇଥିଲେ। ଏହା ପରେ ଶ୍ବଶୁରଙ୍କ ବିରୋଧରେ ଜ୍ବାଇଁ ସଂଗୀନ ଅଭିଯୋଗ ଆଣିଥିଲେ।

{"id":211361,"sizeSlug":"large"}

ଗତ ୧୧ ତାରିଖ ଅର୍ଥାତ ଶନିବାର ଆଭାଙ୍କ ବାପା କେତନଭାଇ ଶୋଇଥିବା ଅବସ୍ଥାରେ ଅଭୟ ତାଙ୍କ ଉପରେ ଏସିଡ୍‌ ମାଡ଼ କରିଥିଲା। ଏହା ପରେ କେତନଭାଇଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସବୁଠାରୁ ବଡ଼ କଥା କେତନଭାଇଙ୍କ ପାଖରେ ତାଙ୍କ ନାତି ଶୋଇଥିଲା। ଭାଗ୍ୟବଶତଃ ଦୁଇଜଣଙ୍କର କିଛି କ୍ଷତି ହୋଇ ନ ଥିଲା। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଝିଅ ମୁହଁକୁ ଚାହିଁ କେତନଭାଇ କିଛି କହି ନ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.