ପାରାଦୀପରୁ ସ୍ଥାନାନ୍ତର ହେଲା ସନ୍ଦିଗ୍ଧ ପାରା, ଫୋରେନସିକ୍ ଲ୍ୟାବ୍ରେ ହେବ କ୍ୟାମେରା ଓ ଚିପ୍ର ଟେଷ୍ଟିଂ
9/03/2023 at 12:38 PM

ପାରାଦୀପ ୯।୩: ପାରାଦୀପରୁ ଉଦ୍ଧାର ହୋଇଥିବା ସନ୍ଦିଗ୍ଧ ପାରା ଭୁବନେଶ୍ବର ସ୍ଥାନାନ୍ତର ହୋଇଛି । ଭୁବନେଶ୍ବର ରସୁଲଗଡ ସ୍ଥିତ ଷ୍ଟେଟ୍ ଫୋରେନସିକ୍ ଲାବକୁ ପାରାକୁ ଅଣାଯାଇଥିବା ସୂଚନା ମିଳିଛି । ପାରା ସହ ଗୋଡରେ ଲାଗିଥିବା କ୍ୟାମେରା ମଧ୍ୟ ଅଣାଯାଇଛି । ଫୋରେନସିକ୍ ଲାବରେ ଯାଞ୍ଚ ପରେ ସମସ୍ତ ତଥ୍ୟ ଜଣାପଡିବ । ଏ ନେଇ ପାରାଦୀପ ମେରାଇନ୍ ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବୁଧବାର ପାରାଦୀପ ସମୁଦ୍ର ଭିତରୁ ସନ୍ଦେହଜନକ ଅବସ୍ଥାରେ ପାରା ଉଦ୍ଧାର ହୋଇଥିଲା । ପାରା ଗୋଡ଼ରେ କ୍ୟାମେରା ଓ ଚିପ୍ ଲାଗିଥିବା ବେଳେ ପାରାଟି ଉଦ୍ଧାର ହୋଇଥିଲା । ପାରା ଦେହରେ ବିଦେଶୀ ଭାଷା ଲେଖାଥିବା ସୂଚନା ଥିବାବେଳେ ପାରାଦୀପରୁ କିଛି ମାଇଲ ଦୂରରେ ଏହାକୁ କିଛି ମାଛ ଧରା ଟ୍ରଲର ଠାବ କରିଥିଲା ।
Related Posts
ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ, ଘୋଷଣା କଲେ ରାଜ୍ୟ ସରକାର
1 April 2023