ବାହାଘର ସାରି ଫେରୁଥିବା ବେଳେ ଅପହରଣ ସନ୍ଦେହ, ମିଳୁନି ପତ୍ତା

Published By : Prameya-News7 Bureau | December 11, 2022 IST

ଉମରକୋଟ୍: ଛତିଶଗଡ଼ର କାଁକେରରୁ ଭୋଜି ଖାଇ ଫେରୁଥିବା ସମୟରେ ଅପହରଣ ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ତପନ ସରକାର ଗତକାଲି ଛତିଶଗଡର କାଁକେରକୁ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇ ଛତିଶଗଡ଼ର କଣ୍ଡାଗାଁକୁ ନିଜ ସମ୍ପର୍କୀୟ ଘରକୁ  ଫେରୁଥିବା ସମୟରେ ନିଖୋଜ ହୋଇ ଯାଇଥିବା କାଁକେର ଥାନାରେ ଅଭିଯୋଗ  ହୋଇଛି।

ତପନ ସରକାରଙ୍କ ସହ ତାଙ୍କ ସ୍ତ୍ରୀ ରିତା ସରକାର,  ଶଳା  ବିଶ୍ୱଜିତ୍ ଅଧିକାରୀ ଓ ପୋଡଶୀ ହଜାରି ଢାଳି କାଙ୍କେରରୁ କଣ୍ଡାଗାଁକୁ ଫେରୁଥିବା ବେଳେ ନିଖୋଜ ରହିଛନ୍ତି । ରାତି ୧୦ଟା୩୦ରେ ସେଠାରୁ ବାହାରିଥିଲେ। ସକାଳୁ ଘରେ ନ ପହଞ୍ଚିବାରୁ ପରିବାର ଲୋକେ ପୁଅକୁ ଖୋଜିବାକୁ ଗଲେ । କିନ୍ତୁ କୌଣସି ପତ୍ତା ମିଳିଲା ନାହିଁ। ପରେ ତାଙ୍କ ପୁଅ କାଙ୍କେର ଥାନାରେ ଏକ ଏତଲା ଦେଇଛନ୍ତି । ଉମରକୋଟ IIC ଦୀପକ କୁମାର ଜେନା  ସପନ ସରକାର ଙ୍କ ଘରକୁ ପହଞ୍ଚି ତଦନ୍ତ ଆରମ୍ଭ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.