‘ନାବାଳକ ନୁହେଁ କଠୁଆ ଗଣଦୁର୍ଷ୍କମ ଅଭିଯୁକ୍ତ’: ସାବାଳକ ଭଳି ମୋକଦ୍ଦମା ଚାଲିବ କହିଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 16, 2022 IST

ନୂଆଦିଲ୍ଳୀ, ୧୬/୧୧: କଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା ଅଭିଯୁକ୍ତ ନାବାଳକ ନୁହେଁ। କଠୁଆ ଗଣଦୁଷ୍କର୍ମ ମାମଲାରେ ଜଣେ ଅଭିଯୁକ୍ତ ଭାବେ ଗ୍ରହଣ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ବୁଧବାର ସୁପ୍ରିମକୋର୍ଟ କହିଛନ୍ତି ଯେ କଠୁଆରେ ଆଠ ବର୍ଷର ନାବାଳିକାକୁ ସାମୂହିକ ଦୁଷ୍କର୍ମ ଏବଂ ଏହା ପରେ ହତ୍ୟା ଭଳି ସଙ୍ଗୀନ ମାମଲାର ଅଭିଯୁକ୍ତ ନାବାଳକ ନୁହେଁ ଏବଂ ତା’ ବିରୋଧରେ ବୟସ୍କ ଅର୍ଥାତ୍ ସାବାଳକ ଭାବରେ ମୋକଦ୍ଦମା କରାଯିବ।

ଜଷ୍ଟିସ୍ ଅଜୟ ରସ୍ତୋଗୀ ଏବଂ ନ୍ୟାୟମୂର୍ତ୍ତି ଜେ ବି ପାରଦୀଓ୍ବାଲାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଏହା ସହ ସୁପ୍ରିମକୋର୍ଟଙ୍କ ପୀଠ କଠୁଆ ସିଜେଏମ ଏବଂ ହାଇକୋର୍ଟଙ୍କ ଆଦେଶକୁ ରଦ୍ଧ କରିଛନ୍ତି। ଏହି ଆଦେଶରେ କୁହାଯାଇଥିଲା ଯେ ମାମଲା ସମୟରେ ଅଭିଯୁକ୍ତ ଶୁଭମ ସାଙ୍ଗରା ନାବାଳକ ଥିଲା ଏବଂ ଏଥିପାଇଁ ତା’ ଉପରେ ଭିନ୍ନ ମକଦ୍ଧମା ଚଳାଯିବା ଦରକାର। କିନ୍ତୁ ବିଚାରପତି ପାରଦୀଓ୍ବାଲା ନିଷ୍ପତ୍ତି ଶୁଣାଇ କହିଥିଲେ ଯେ, ସିଜେଏମ କଠୁଆ ଏବଂ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ରଦ୍ଧ କରାଯାଉଛି ଏବଂ ଏହା ନିଷ୍ପତ୍ତି ହୋଇଛି ଯେ ଅପରାଧ ସମୟରେ ଅଭିଯୁକ୍ତ ନାବାଳକ ନଥିଲା।

ଉଲ୍ଲେଖଯୋଗ୍ୟ, ଜମ୍ମୁ-କଶ୍ମୀରର କଠୁଆ ଗାଁରେ ୨୦୧୯ ରେ ଜଣେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିଲା। ଏକ ସ୍ବତନ୍ତ୍ର କୋର୍ଟ ଜୁନ୍ ୨୦୧୯ ରେ ଏହି ମାମଲାରେ ତିନି ଜଣକୁ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଥିଲେ ଏବଂ ତିନି ପୋଲିସ ଅଧିକାରୀଙ୍କୁ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୫ ବର୍ଷର ଜେଲ୍ ଦଣ୍ଡ ଦିଆଯାଇଥିଲା। କିନ୍ତୁ ସାଙ୍ଗରାଙ୍କ ବିରୋଧରେ ମକଦ୍ଧମାକୁ କିଶୋର ନ୍ୟାୟ ବୋର୍ଡରେ ସ୍ଥାନାନ୍ତରିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.