ସୁସ୍ମିତା ଓ ରୋହମାନ୍ଙ୍କ ରୋମାଣ୍ଟିକ୍ ଫଟୋ ଭାଇରାଲ…
14/02/2020 at 10:35 AM

ମୁମ୍ବାଇ୧୪|୨: ଆଜି ସାରା ବିଶ୍ବରେ ଭାଲେଣ୍ଟାଇନ୍ ଡେ ପାଳନ କରାଯାଉଛି। ପ୍ରେମୀଯୁଗଳ ଏହିଦିନଟିକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ତେବେ କଳାକାରମାନେ ମଧ୍ୟ ଏହି ଦିନ ଭଲ ଭାବେ ପାଳନ କରିଛନ୍ତି। ଏଥିରୁ ବାଦ୍ ପଡ଼ିନାହାନ୍ତି ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ । ସେ ନିଜ ବୟଫ୍ରେଣ୍ଡ ରୋହମନଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଏହି ଫଟୋ ଭାଇରାଲ ହେବାରେ ଲାଗିଛି। ସୁସ୍ମିତା ନିଜେ ତାଙ୍କ ଇନ୍ଷ୍ଟାଗ୍ରାମ୍ରେ ରୋହମାନ ଓ ତାଙ୍କ ଦୁଇ ଝିଅଙ୍କ ସହ କେକ୍ କାଟି ସେଲିବ୍ରେସନ୍ର ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ସୁସ୍ମିତା ରୋମାଣ୍ଟିକ୍ ଅନ୍ଦାଜରେ ମଧ୍ୟ ନଜର ଆସିଛନ୍ତି। ଅନେକ ଦିନରୁ ସୁସ୍ମିତା ବଡ ପରଦାରୁ ଦୁରେଇ ଅଛନ୍ତି ସତ ହେଲେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ସୁସ୍ମିତା ଅଧିକାଂଶ ସମୟରେ ନିଜ ବୟଫ୍ରେଣ୍ଡଙ୍କ ସହ ସେ ଫଟୋ ସେୟାର କରନ୍ତି।

ଖୁବ ଶୀଘ୍ର ସୁସ୍ମିତା ଡିଜିଟାଲ ଦୁନିଆରେ ପାଦ ରଖିବାକୁ ଯାଉଛନ୍ତି। ଆମାଜନ୍ ପ୍ରାଇମ୍ର ଶୋ’’ଆର୍ଯ୍ୟାରେ ନଜର ଆସିବେ ସୁସ୍ମିତା। ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏକ ସାକ୍ଷାତକାରରେ ସୁସ୍ମିତା କହିଥିଲେ ଯେ, ଡିଜିଟାଲରେ କାମ କରିବା ପାଇଁ ସେ ଖୁବ ଆଗ୍ରହି। କାରଣ ଡିଜିଟାଲ ଏବେ ଲୋକଙ୍କର ପ୍ରାଥମିକତା ହୋଇସାରିଛି। ତାଙ୍କୁ ମଧ୍ୟ ଏହି ପ୍ଲାଟଫର୍ମରେ କାମ ମିଳିଛି ସେଥିପାଇଁ ସେ ବହୁତ ଖୁସି।
ଶେଷଥର ପାଇଁ ସୁସ୍ମିତାଙ୍କୁ ବଲିଉଡ ଫିଲ୍ମ ‘ନୋ ପ୍ରବଲେମ୍’ରେ ଦେଖିବାକୁ ମିଳିଥିଲା। ୨୦୧୦ରେ ଏହି ଫିଲ୍ମ ରିଲିଜ ହୋଇଥିଲା। ଏବେ ସୁସ୍ମିତା ତାଙ୍କ ନୂଆ ପ୍ରୋଯେକ୍ଟ ପାଇଁ ରାଜସ୍ଥାନରେ ଅଧିକ ସମୟ ବିତାଉଛନ୍ତି। ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ନିଜ ଜୀବନ ବିଷୟରେ ସୂଚନା ଦିଅନ୍ତି। ନିକଟରେ ସୁସ୍ମିତା ଲଗାତାର ଭାବେ ଜୟପୁରର ଫଟୋ ସେୟାର କରୁଥିଲେ। ତେବେ ସୁସ୍ମିତାଙ୍କୁ ପୁଣିଥରେ ପରଦାରେ ଦେଖିବା ଅପେକ୍ଷାରେ ଦର୍ଶକ ରହିଛନ୍ତି।