ବାପାଙ୍କ ଭଳି ଜଜ୍‌ ଆସନରେ ବସିବେ ସୁସ୍ମିତା, ଓଜେସ୍‌ ପରୀକ୍ଷାରେ ହାସଲ କଲେ ଅଷ୍ଟମ ସ୍ଥାନ

Published By : Prameya-News7 Bureau | November 14, 2022 IST

ପୁରୀ, ୧୪/୧୧: ବାପାଙ୍କ ପରି କଳା କୋର୍ଟ ପିନ୍ଧି ଜଜ୍‌ ଆସନନରେ ବସି ଅର୍ଡର ଦେବି । ଏଭଳି ସ୍ବପ୍ନକୁ ପୁରୀର ଝିଅ ସୁସ୍ମିତା ମିଶ୍ର ଏବେ ସାକାର କରିବାକୁ ଯାଉଛନ୍ତି । ଓଡିଶା ଜୁଡ଼ିସିଆଲ ସର୍ଭିସ ୨୦୨୧-୨୨ ପରୀକ୍ଷାରେ ସୁସ୍ମିତା ଟପ ଟେନରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ସୁସ୍ମିତାଙ୍କ ପିତା ଯାଜପୁରରେ ଜିଲ୍ଲା ଜଜ ଥିଲେ । ବର୍ତ୍ତମାନ ଭବାନୀପାଟଣାରେ ଦୁର୍ନୀତି ନିବାରଣ ବିଚାରପତି ଭାବେ କାର୍ଯ୍ୟରତ ଥିବା ବେଳେ ସୁସ୍ମିତାଙ୍କ ମାତା ସୁକନ୍ୟା ମିଶ୍ର ଜଣେ ଗୃହିଣୀ । ବିଚାର ବିଭାଗରେ ସ୍ୱଚ୍ଛତା ତଥା ସାଧୁତା ପ୍ରତି ଆକର୍ଷିତ ହୋଇ ଏହି ସେବା କ୍ଷେତ୍ରକୁ ବାଛିଥିଲେ । ଏହି ସଫଳତା ପାଇବା ପରେ ପରିବାର, ବନ୍ଧୁ ଶୁଭେଚ୍ଛୁ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ତରଫରୁ ସୁସ୍ମିତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । କଠୋର ପରିଶ୍ରମ ସହ ପିତା, ମାତା, ଗୁରୁଜନ ଓ ଭଗବାନଙ୍କ ଆର୍ଶୀବାଦରୁ ଏହି ସଫଳତା ମିଳିଥିବା କହିଛନ୍ତି ସୁସ୍ମିତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.