ପୂର୍ବରୁ ପାଇଥିଲେ ଓଏଏସ, ଏବେ ଆଇଏଏସ୍ରେ ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ ରଖିଲେ ୨୪୮ ରାଙ୍କ
23/05/2023 at 4:23 PM

ଭଦ୍ରକ ୨୩/୦୫: ପ୍ରକାଶ ପାଇଛି IAS-୨୦୨୨ ରେଜଲ୍ଟ । ଇଶିତା କିଶୋର ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତେବେ ଚଳିତ ବର୍ଷ ପରୀକ୍ଷାଫଳରେ କୃତକାର୍ଯ୍ୟ ହୋଇଥିବା ୯୩୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରଥମ ୪ଟି ସ୍ଥାନରେ ମହିଳାମାନେ ହିଁ ରହିଛନ୍ତି । ଗରିମା ଲୋହିଆ ୨ୟ ସ୍ଥାନରେ ଥିବା ବେଳେ ତୃତୀୟ ସ୍ଥାନରେ ଉମା ହାରାତି ଏନ୍. ଅଛନ୍ତି । ୪ର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି ।
ତେବେ ଏହି ସିଭିଲ ସର୍ଭିସ୍ରେ ସଫଳତା ହାସଲ କରିଛନ୍ତି ଅନେକ ଓଡ଼ିଆ । ଏମାନଙ୍କ ମଧ୍ୟରେ ଜଣେ ଅଛନ୍ତି ଭଦ୍ରକ ବଙ୍କ ସାହିର ସୁଶ୍ରୀ ସୁଭାଙ୍ଗି ଖୁଣ୍ଟିଆ । ପ୍ରଥମେ ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ । ଏବେ ପୁଣି ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି ।

ଓଡିଶାରେ ୯୭ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ias ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ସେ ପୁଣି ସର୍ବ ଭାରତୀୟ ସ୍ତରରେ ୨୪୮ସ୍ଥାନ ଅଧିକାର କରିଛନ୍ତି । ୟୁନିୟନ୍ ପବ୍ଲିକ୍ ସର୍ଭିସ କମିଶନ ପରିଚାଳିତ ସିଭିଲ ସର୍ଭିସ ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି ।