କାହାକୁ ନେଇ ଥାଇଲାଣ୍ଡ ଟ୍ରିପ୍‌ରେ ଯାଇଥିଲେ ସୁଶାନ୍ତ ସିଂ ରାଜପୁତ ? ଖର୍ଚ୍ଚ କରିଥିଲେ ୭୦ ଲକ୍ଷ ଟଙ୍କା

Published By : Prameya-News7 Bureau | August 30, 2020 IST

ମୁମ୍ବାଇ,୩୦|୦୮ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରବିବାର ଲଗାତାର ତୃତୀୟ ଦିନ ପାଇଁ ରିୟାଙ୍କୁ ଜେରା କରିବ ସିବିଆଇ । ଏହାମଧ୍ୟରେ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।

ଗତ କିଛିଦିନ ତଳେ ରିୟା ଏକ ସାକ୍ଷାତକାରରେ କହିଥିଲେ ଯେ, ସୁଶାନ୍ତ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ । ଏଥିପାଇଁ ସେ ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ । ୨୦୧୮ରେ ସୁଶାନ୍ତ ନିଜ ବନ୍ଧୁଙ୍କ ସହ ଥାଇଲାଣ୍ଡ ଟ୍ରିପରେ ଯାଇଥିଲେ । ଏହି ଟ୍ରିପରେ ସେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ । ଏହାସହ ଏକ ପ୍ରାଇଭେଟ୍ ଜେଟରେ ସେମାନେ ଏହି ଟ୍ରିପରେ ଯାଇଥିଲେ । ତେବେ ସୁଶାନ୍ତଙ୍କ ସହ କେଉଁମାନେ ଥାଇଲାଣ୍ଡ ଟ୍ରିପରେ ଯାଇଥିଲେ ତାକୁ ନେଇ ପ୍ରଶ୍ନ ଉଠୁଛି ।

କୁହାଯାଉଛି ଯେ, ସୁଶାନ୍ତଙ୍କ ସହ ଏହି ଟ୍ରିପରେ ସାରା ଅଲ୍ଲୀ ଖାନ ଯାଇଥିଲେ । ସୁଶାନ୍ତଙ୍କ ପୂର୍ବତନ ଆସିଷ୍ଟାଣ୍ଟ୍ ସବିର ଅହମ୍ମଦ ଏହି ସୂଚନା ଦେଇଛନ୍ତି । ସାରା ସୁଶାନ୍ତଙ୍କ ସହ କେଦାରନାଥ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମୋଟ୍ ୭ଜଣ ଥାଇଲାଣ୍ଡ ଗସ୍ତ କରିଥିଲେ । ପ୍ରଥମ ଦିନ ଥାଇଲାଣ୍ଡରେ ସମସ୍ତେ ବିଚ୍‌ରେ ବୁଲିଥିଲେ । କିନ୍ତୁ ୩ ଦିନ ଯାଏଁ ସୁଶାନ୍ତ ଓ ସାରା ହୋଟେଲରେ ରହିଥିଲେ । ବାହାରକୁ ଯାଇନଥିଲେ ।

ଏହି ଟ୍ରିପରେ ସାରା ଅଲ୍ଲୀଙ୍କ ସହ ସବିର ଅହମ୍ମଦ, ସିଦ୍ଧାର୍ଥ ଗୁପ୍ତା, କୁଶଳ ଜାବେରୀ, ଅବ୍ବାସ ଓ ସୁଶାନ୍ତଙ୍କ ଅଙ୍ଗରକ୍ଷୀ ମୁସ୍ତାକ ମଧ୍ୟ ଯାଇଥିଲେ । ୩ ଦିନ ପରେ ୪ଜଣ ଭାରତ ଫେରି ଆସିଥିଲେ । କାରଣ ଥାଇଲାଣ୍ଡରେ ସୁନାମି ବାବଦରେ ଚେତାବନୀ ଜାରି କରାଯାଇଥିଲା । କିନ୍ତୁ ସୁଶାନ୍ତ, ତାଙ୍କ ଅଙ୍ଗରକ୍ଷୀ ଓ ସବିର ୧ ମାସ ଯାଏଁ ସେଠାରେ ରହିଥିଲେ । ସୁଶାନ୍ତ ନିଜ ଅଙ୍ଗରକ୍ଷୀଙ୍କୁ ଖର୍ଚ୍ଚ କରିବାକୁ ନିଜ ଏଟିଏମ କାର୍ଡ ମଧ୍ୟ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.