‘ଲାଲ୍‌ ସିଂ ଚଢା’ ସ୍କ୍ରିନିଂରେ ପୂର୍ବ ପ୍ରେମିକ ରୋହମନଙ୍କ ସହ ନଜର ଆସିଲେ ସୁସ୍ମିତା, ୟୁଜର୍ସ କହିଲେ-ଲଲିତ ମୋଦି କେଉଁଠି

Published By : Prameya-News7 Bureau | August 11, 2022 IST

ମୁମ୍ବାଇ ୧୧।୦୮: ବିୟୁଟି କ୍ଵିନ୍‌ ସୁସ୍ମିତା ସେନ୍। ରିଲ୍‌ ଠାରୁ ରିଅଲ୍‌ ଲାଇଫ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ସେ ଲଲିତ୍‌ ମୋଦି ସହ ସମ୍ପର୍କକୁ ନେଇ ଆଲୋଚନାକୁ ଆସିଥିଲେ। ଏବେ ପୁଣି ଥରେ ତାଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା କରାଯାଉଛି। ରୋହମନଙ୍କ ସହିତ ବ୍ରେକଅପ୍ ପରେ ସୁସ୍ମିତା ଲଲିତ ମୋଦୀଙ୍କ ସହ ତାଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ଲଲିତଙ୍କ ସହ ସମ୍ପର୍କରେ ଆସିବା ପରେ ସୁସ୍ମିତାଙ୍କୁ ପୂର୍ବତନ ପ୍ରେମିକା ରୋହମନଙ୍କ ସହ ପୁଣିଥରେ ଦେଖିବାକୁ ମିଳିଛି।

wp:html
/wp:html

ସୁସ୍ମିତା ଏବଂ ରୋହମନଙ୍କୁ ଏକାଠି ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ତାଙ୍କ ଫ୍ୟାନ୍ସ ଫଲୋର୍ସ ଦ୍ଵନ୍ଦରେ ପଡିଛନ୍ତି। ନିକଟରେ ତାଙ୍କୁ ଅମୀରଙ୍କ ଫିଲ୍ମ ଲାଲ୍‌ ସିଂ ଚଢା ସ୍କ୍ରିନିଂକୁ ଯାଇଥିଲେ। ସେଠାରେ କରୀନା , ଅମୀରଙ୍କ ସହ ସୁସ୍ମିତା ତାଙ୍କ ଝିଅମାନଙ୍କ ସହ ନଜର ଆସିଥିଲେ। ଠିକ୍‌ ସେହି ସମୟରେ ସୁସ୍ମିତାଙ୍କ ସହ ପୂର୍ବ ପ୍ରେମିକା ରୋହମନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।  ଲଲିତ ମୋଦୀଙ୍କ ବଦଳରେ ପୂର୍ବ ପ୍ରେମିକାଙ୍କ ସହ ସୁସ୍ମିତାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ରୋହମନ ଓ ସୁସ୍ମିତାଙ୍କ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ୟୁଜର୍ସମାନେ ଭିଡିଓ ଦେଖି ନା ନା କମେଣ୍ଟ କରିବାରେ ଲାଗିଛନ୍ତି । ଏହା ପ୍ରଥ ନୁହଁ ପୂର୍ବରୁ ସୁସ୍ମିତା ରୋହମନ ସହ ପାର୍ଟିରେ ଦେଖିବାକୁ ମିଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.